ଭୁବନେଶ୍ବର: ମହାମାରୀ ସମୟର ନିଚ୍ଛକ ସତ ଓ ହୃଦୟ ବିଦାରକ ଦୃଶ୍ୟପଟକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର 'ଭୋକ' । ଏହି ଚଳଚ୍ଚିତ୍ରର ଅଡ଼ିଓ ଓ ପୋଷ୍ଟର ରିଲିଜ ହୋଇଛି । ପାନ୍ଥନିବାସ ଠାରେ ଏହାର ରିଲିଜ ହୋଇଥିବାବେଳେ ଅଭିନେତା ଅଙ୍କିତ ଓ ଅଭିନେତ୍ରୀ କବ୍ୟାକିରଣ ଏଥିରେ ଅଭିନୟ କରିଛନ୍ତି ।
କାହାଣୀ ଓ ସଂଳାପ ଲେଖିଛନ୍ତି ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ । ଚଳଚ୍ଚିତ୍ରଟି ଓଡ଼ିଆ ମୌଳିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ହୋଇଥିବାବେଳେ ମହାମାରୀ ସମୟରେ ସୁରଟରେ କାର୍ଯ୍ୟ କରୁଥିବା କାର୍ତ୍ତିକର ପରିବାର କିଭଳି ଖାଇବା ନ ପାଇଁ ଦାନା ମୁଠାଏ ପାଇଁ ଅନେକ ସଂଘର୍ଷର ସାମ୍ନା କରିଛନ୍ତି ତାହା ହିଁ ଚିତ୍ରିତ ହୋଇଛି ।
ମହାମାରୀ ଆମ ପାଖରୁ ଖାଲି ମୂଲ୍ୟଵାନ ଜୀବନ ନେଇନି ତା ସହିତ ରୋଜଗାର ଛଡ଼ାଇ ନେଇଛି । ଅନେକ ରୋଜଗାର ହରାଇ କିଭଳି ଅନାହରରେ ଜୀବନ କଟାଇଛନ୍ତି ସେହି ସମୟର ସ୍ଥିତିକୁ କାହାଣୀରେ ଦର୍ଶାଯାଇଛି, ଯାହାକି ବେଶ ହୃଦୟସ୍ପର୍ଶୀ । ତେଣୁ ଏହି ମୌଳିକ କାହାଣୀ ଓ ଭୋକର ବିକଳ ଦୃଶ୍ୟପଟକୁ ଦେଖିବା ସହ ଓଡ଼ିଆ ଚଳଚ୍ଚିତ୍ରକୁ ଆଉ ଥରେ ଉଜ୍ଜୀବିତ କରିବା ପାଇଁ କରାଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ