ହାଇଦ୍ରାବାଦ: ଭାରତୀୟ କୁସ୍ତି ଯୋଦ୍ଧା ବବିତା ଫୋଗଟ ଏବେ କଙ୍ଗନା ରଣାୱତଙ୍କ 'ଲକ୍ ଅପ୍' ଭିତରେ । ଟିଭି ଅଭିନେତ୍ରୀ ନିଶା ରାୱଲ, ପୁନମ୍ ପାଣ୍ଡେ ଏବଂ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନାୱାର୍ ଫାରୁକିଙ୍କ ପରେ ବବିତା ଏହି ରିଅଲିଟି ସୋ’ର ଚତୁର୍ଥ ପ୍ରତିଯୋଗୀ । ବବିତା କହିଛନ୍ତି ଯେ 'ଲକ୍ ଅପ୍' ପରି ଏକ ଶୋ’ରେ ରହିବାକୁ ମୁଁ ବହୁତ ଉତ୍ସାହିତ, କାରଣ ମୁଁ ଏମିତି ସୋ’ କେବେ କରିନାହିଁ, ଯାହା 24 ଘଣ୍ଟା ଲାଇଭ୍ ହେବ। ତେଣୁ ଏହାର ଏକ ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି ଏବଂ ଉତ୍ସାହିତ ।
- " class="align-text-top noRightClick twitterSection" data="
">
ଏହି ଶୋ ସହିତ ଲୋକମାନେ ଜାଣିବେ ମୁଁ କ’ଣ, ପୂର୍ବରୁ ଦର୍ଶକମାନେ ମୋତେ 'ଦଙ୍ଗଲ' ଚଳଚ୍ଚିତ୍ରରୁ ଜାଣିଥିଲେ । ତେଣୁ, ବର୍ତ୍ତମାନ ଲୋକମାନେ ମୋର ପ୍ରକୃତ ବ୍ୟକ୍ତିତ୍ବ, ମୋର ପସନ୍ଦ ଏବଂ ନାପସନ୍ଦ ଏବଂ ମୁଁ କେମିତି, ଏହା ଜଣାପଡିଯିବ, ଜଣେ ବ୍ୟକ୍ତି ଭାବରେ ମୋର ପ୍ରକୃତ ଜୀବନ ବିଷୟରେ ଜାଣିପାରିବେ ।
ଏହା ବି ପଢନ୍ତୁ: କଙ୍ଗନା ରଣାଓ୍ବତଙ୍କ Lock Uppରେ କମେଡିଆନ ମୁନାୱାର୍ ଫାରୁକି
ବବିତା ଫୋଗଟ 2014 କମନୱେଲଥ ଗେମ୍ସରେ ମହିଳା କୁସ୍ତିରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ । ସେ 2018 କମନୱେଲଥ ଗେମ୍ସରେ ରୋପ୍ୟ ପଦକ, 2010 କମନୱେଲଥ ଗେମ୍ସରେ ରୋପ୍ୟ ପଦକ ଏବଂ 2012 ବିଶ୍ବ ରେସଲିଂ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଥିଲେ ଏବଂ ପରେ 2019 ରେ ରାଜନୀତିରେ ପାଦ ଦେଇଥିଲେ।
ଏହା ବି ପଢନ୍ତୁ: କଙ୍ଗନା ରଣାଓ୍ବତଙ୍କ Lock Uppରେ ବିବାଦୀୟ ବୋଲ୍ଡ ପ୍ରତିଯୋଗୀ ପୁନମ୍ ପାଣ୍ଡେ
ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ 'ଲକ୍ ଅପ୍' ହୋଷ୍ଟ କରିବେ । ଏହି ଶୋ’ରେ 16 ଜଣ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ବିନା ସୁବିଧାରେ ମାସ ମାସ ଜେଲରେ ରହିବେ ଏବଂ ମୌଳିକ ସୁବିଧା ପାଇବା ପାଇଁ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ । ଫେବୃଆରୀ 27 ରୁ ଅଲ୍ଟ ବାଲାଜୀ ଏବଂ MX ପ୍ଲେୟାରରେ 'ଲକ୍ ଅପ୍' ଷ୍ଟ୍ରିମିଂ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ