ETV Bharat / sitara

Anushka's last day of 2021: ଭାମିକା ମାମା ଡାକୁଥିବାର ଭିଡିଓ କଲେ ସେୟାର

author img

By

Published : Jan 1, 2022, 6:02 PM IST

ଭାମିକା ମାମା ଡାକୁଥିବାର ଭିଡ଼ିଓ ସେୟାର କରି ୨୦୨୧ ଧନ୍ୟବାଦ ଜଣାଇବା ସହିତ ନୂଆବର୍ଷ ପାଳିଲେ ଅଭିନେତ୍ରୀ ଅନୁଷ୍କା । ଅଧିକ ପଢନ୍ତୁ

Anushka's last day of 2021: ଭାମିକା ମାମା ଡାକୁଥିବାର ଭିଡିଓ କଲେ ସେୟାର
Anushka's last day of 2021: ଭାମିକା ମାମା ଡାକୁଥିବାର ଭିଡିଓ କଲେ ସେୟାର

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକାରେ ବର୍ଷ '2021'ର ଶେଷ ଦିନକୁ ବିଦାୟ ଦେଇ ନୂଆବର୍ଷକୁ ଧୁମଧାମରେ ପାଳିଛନ୍ତି ଲୋକପ୍ରିୟ ଯୋଡ଼ି ବିରୁଷ୍କା । ବଲିଉଡ଼ ଅଭିନେତ୍ରୀ ତଥା ପ୍ରଯୋଜିକା ଅନୁଷ୍କା ଶର୍ମା କ୍ରିକେଟର ପତି ବିରାଟ ଓ ଝିଅ ଭାମିକା ସହିତ ଏହି ଦିନକୁ ପାଳିଛନ୍ତି । ଏହାସହିତ ୧୧ ମାସର ଭାମିକା ତାଙ୍କୁ ମାମା ଡାକୁଥିବାର ଏକ ଭିଡ଼ିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି ଅନୁଷ୍କା ।

ଦକ୍ଷିଣ ଆଫ୍ରିକାରେ ଭାରତର ଟେଷ୍ଟ ମ୍ୟାଚ ଚାଲିଥିବାବେଳେ ସେଠାରେ ଅଛନ୍ତି ଏହି ଷ୍ଟାର କପଲ୍‌ । ନୂଆବର୍ଷର ଆଗମନକୁ ସେଲିବ୍ରେଟ କରୁଥିବାର ଭିଡ଼ିଓ ସେୟାର କରି ଅନୁଷ୍କା ଲେଖିଛନ୍ତି ଯେ ବର୍ଷ ୨୦୨୧ ତାଙ୍କୁ ଜୀବନର ବଡ଼ ଖୁସି ଦେଇଛି । ଏଥିଲାଗି ସେ ହୃଦୟରୁ ଏହି ବର୍ଷକୁ ଧନ୍ୟବାଦ ଜଣାଇଥିବା କହିଛନ୍ତି । ଏହି ଲେଖା ସହିତ କ୍ୟାପସନରେ ସେ ୩ଟି ପରିବାର ଥିବା ଏକ ଇମୋଟିକନ୍‌ ବ୍ୟବହାର କରିଛନ୍ତି । କାରଣ ଏହି ବର୍ଷ ବିରାଟ ଓ ଅନୁଷ୍କା କନ୍ୟା ସନ୍ତାନ 'ଭାମିକା'ର ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।

ଏହା ବି ପଢନ୍ତୁ: Ollywood Controversy 2021: ରିୟଲରେ ଦେଖାଯାଇଥିଲା ରିଲ୍ ଭିଲିଆନ ଫାଇଟ, କାଠଗଡାକୁ ଯାଇଥିଲା ଚଳଚ୍ଚିତ୍ର ପୁରସ୍କାର ବିବାଦ

ନୂଆବର୍ଷକୁ ସେଲିବ୍ରେଟ କରୁଥିବା ସମୟର ଅନେକ ଭିଡ଼ିଓ ଓ ଫଟୋକୁ ଅନୁଷ୍କା ନିଜ ସୋସିଆଲ ମିଡି଼ଆରେ ସେୟାର କରିଛନ୍ତି । ଏହି ଭିଡ଼ିଓ ମଧ୍ୟରେ ଗୋଟିଏ ଭିଡିଓରେ ଭାମିକା ତାଙ୍କୁ 'ମାମା' ବୋଲି ସମ୍ବୋଧନ କରୁଥିବା ଶୁଣିବାକୁ ମିଳିଛି । ସେଲିବ୍ରେସନ ସମୟରେ ବିରାଟ ଏକ କାଜୁଆଲ ଟି-ସାର୍ଟ ପିନ୍ଧିଥିବାବେଳେ ଅନୁଷ୍କା ବ୍ଲାକ ଓ ହ୍ବାଇଟ ଷ୍ଟ୍ରିପ୍ଡ ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି ।

ଅନ୍ୟ ଏକ ଭିଡ଼ିଓରେ ୩ ଲେୟାର ବିଶିଷ୍ଟ ଏକ ବଡ଼ କେକ୍‌କୁ କାଟି ଏହି କପଲ୍‌ ନୂଆବର୍ଷକୁ ସ୍ବାଗତ କରିଛନ୍ତି । ଏଥିରେ କିଛି ହୋଟେଲ ଷ୍ଟାଫ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ସୂଚନା ଥାଉ କି ଅନୁଷ୍କାଙ୍କୁ ଦର୍ଶକ ଶେଷ ଥର ପାଇଁ ୨୦୧୮ ମସିହାରେ ZERO ଫିଲ୍ମରେ ଦେଖିଥିଲେ । ଏଥିରେ ଅନ୍ୟ କଳାକାର ଭାବେ ଶାହରୁଖ ଖାନ, କ୍ୟାଟ୍ରିନା କୈଫ ପ୍ରମୁଖ ଅଭିନୟ କରିଥିଲେ । ପ୍ରଯୋଜନା କ୍ଷେତ୍ରରେ ଅନୁଷ୍କା ଆମାଜନ ପ୍ରାଇମ ଭିଡ଼ିଓ ୱେବ ସିରିଜ Pataal Lok ଓ ନେଟଫ୍ଲିକ୍ସର Bulbbulରେ କାମ କରିଥିଲେ । ସେ ଆଗକୁ Qala ଫିଲ୍ମକୁ ପ୍ରଯୋଜିତ କରୁଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.