ETV Bharat / sitara

ଡ୍ରଗ୍ସ କାରବାର ମାମଲାରେ ଅରମାନ୍‌ କୋହଲି ଗିରଫ

author img

By

Published : Aug 29, 2021, 12:07 PM IST

ଡ୍ରଗ୍ସ କାରବାର ମାମଲାରେ ଫସିଛନ୍ତି ଆଉ ଜଣେ ବଲିଉଡ ଅଭିନେତା । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବିଗ୍‌ ବସ୍‌ ଫେମ୍‌ ତଥା ଅଭିନେତା ଅରମାନ କୋହଲିଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ଅଭିନେତା ଅରମାନ୍‌ କୋହଲି ଗିରଫ
ଅଭିନେତା ଅରମାନ୍‌ କୋହଲି ଗିରଫ

ମୁମ୍ବାଇ: ଧଳାଜହର କାରବାର କରୁଥିବା ନେଇ ଫସିବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ବଲିଉଡ ଷ୍ଟାର । ଡ୍ରଗ୍ସ କାରବାର ମାମଲାରେ ଫସିଛନ୍ତି ଆଉ ଜଣେ ବଲିଉଡ ଅଭିନେତା । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବିଗ୍‌ ବସ୍‌ ଫେମ୍‌ ତଥା ଅଭିନେତା ଅରମାନ କୋହଲିଙ୍କୁ ଗିରଫ କରିଛି । ଅରମାନଙ୍କ ଘରେ ଗତକାଲି(ଶନିବାର) ଏନ୍‌ସିବି ରେଡ୍‌ କରିଥିଲା । ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଛି । ରିପୋର୍ଟ ମୁତାବକ ଆଜି ତାଙ୍କୁ ମୁମ୍ବାଇ ସିଟି କୋର୍ଟରେ ହାଜର କରିବ ଏନ୍‌ସିବି ।

ଏନ୍‌ସିବି ଅଧିକାରୀଙ୍କ ସୂଚନା ଅନୁସାରେ ଡ୍ରଗ୍ସ ମାଫିଆ ଓ ଅରମାନଙ୍କୁ ସାମ୍ନାସାମ୍ନି ଜେରା କରାଯିବ । କାରବାରରେ ବଲିଉଡର ଅନ୍ୟମାନେ ଏଥିରେ ଜଡିତ ଅଛନ୍ତି କି ନାହିଁ ଆଗକୁ ଏହାର ଯାଞ୍ଚ କରାଯିବ। । ଅଧିକ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ଏନ୍‌ସିବି । ଏହାପୂର୍ବରୁ ଶୁକ୍ରବାର ଡ୍ରଗ୍ସ ମାମଲାରେ ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କରିଥିଲା NCB । ପୂର୍ବରୁ ମଧ୍ୟ ଅରମାନ କୋହଲି ଗିରଫ ହୋଇସାରିଛନ୍ତି । ଘରେ ୪୦ରୁ ଅଧିକ ମଦ ବୋତଲ ରଖିବା ଅଭିଯୋଗରେ ୨୦୧୮ରେ ଏକ୍ସାଇଜ ଡିପାର୍ଟମେଣ୍ଟ ତାଙ୍କୁ ଗିରଫ କରିଥିଲା ।

ବଲିଉଡ ଚଳଚ୍ଚିତ୍ର ଜାନି ଦୁସମନ, ସଲମାନ ଖାନଙ୍କ ପ୍ରେମ ରତନ ଧନ ପାଓ ଭଳି ଫିଲ୍ମରେ ଅଭିନୟ କରିଛନ୍ତି ଅରମାନ କୋହଲି । ଟିଭି ରିଆଲିଟି ସୋ ବିଗ୍ ବସର ଜଣେ ପ୍ରତିଯୋଗୀ ଥିଲେ ଅରମାନ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.