ହାଇଦ୍ରାବାଦ: ଚାଲିଥିଲା ଲୁଚାଛପା ପ୍ରେମ। ଧରାପଡିଗଲେ ଶ୍ବେତା ତିୱାରୀ (Shweta tiwari) ଙ୍କ ଲାଡଲି ପଲକ (Palak Tiwari) ଏବଂ ସୈଫ ଅଲି ଖାନଙ୍କ ଲାଡଲା ଇବ୍ରାହିମ ଅଲି ଖାନ (Ibrahim Ali Khan)। ଦୁହେଁ ଏକାଠି ଡିନର ପାଇଁ ଯାଇଥିଲେ । କିନ୍ତୁ ଗଣମାଧ୍ୟମ କ୍ୟାମେରା ସାମ୍ନାକୁ ଆସିବା ମାତ୍ରେ ଏହି ଦୁଇ ତାରକା ମୁହଁ ଲୁଚାଇଥିବାର ନଜର ଆସିଥିଲେ।
- " class="align-text-top noRightClick twitterSection" data="
">
କାରରେ ବସିଥିବା ପଲକ ତିୱାରୀ ହାତରେ ମୁହଁ ଲୁଚାଇଥିବା ବେଳେ ଇବ୍ରାହିମ ଅଲି ଖାନ ମଧ୍ୟ କ୍ୟାମେରାକୁ ନଜର ଅନ୍ଦାଜ କରିଥିଲେ। ଏହି ଦୁଇ ତାରକା ଏପରି ପ୍ରତିକ୍ରିୟା ଦେଇଥିଲେ ଯେପରି କେହି ସେମାନଙ୍କ ଚୋରି ଧରିନେଇଛି । ଭାଇରାଲ ହେଉଥିବା ଭିଡିଓ ଏବଂ ଫଟୋରେ ଦୁହେଁ ଗୋଟିଏ କାରରେ ବସିଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଉଭୟଙ୍କ ଡେଟିଂ ଖବର ମଧ୍ୟ ଶୁଣିବାକୁ ମିଳିଛି । ଟ୍ରାଫିକରେ ଫସି ରହିଥିବା ଏହି ତାରକା ମିଡିଆ କ୍ୟାମେରାରେ କଏଦ ହୋଇଥିଲେ।
- " class="align-text-top noRightClick twitterSection" data="
">
ଭିଡିଓକୁ ଭାଇରାଲ ଭାୟାନି ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। କୁହାଯାଉଛି ଯେ ଉଭୟ ଶୁକ୍ରବାର ସନ୍ଧ୍ୟାରେ ରାତ୍ରୀ ଭୋଜନରେ ଯାଇଥିଲେ। ଏଥିସହିତ ଭିଡିଓରେ ପଲକଙ୍କ ଏହିଭଳି କାର୍ଯ୍ୟକଳାପକୁ ଦେଖି ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରୁଛନ୍ତି। କିଛି ଉପଭୋକ୍ତା ମଧ୍ୟ ଅଛନ୍ତି ଯେଉଁମାନେ ପଲକ ଏବଂ ଇବ୍ରାହିମଙ୍କ ମଧ୍ୟରେ କ’ଣ ଚାଲିଛି ଜାଣିବାକୁ ଚାହିଁଛନ୍ତି।
ପଲକ ଏବଂ ଇବ୍ରାହିମଙ୍କ ଏହି ଭିଡିଓରେ ବହୁତ କମେଣ୍ଟ ଦେଖିବାକୁ ମିଳିଛି । ଜଣେ ଉପଭୋକ୍ତା ଲେଖିଛନ୍ତି - 'ଏଥିରେ ଆପଣଙ୍କ ମୁହଁ ଲୁଚାଇବାର ଆବଶ୍ୟକତା କ’ଣ ଥିଲା' । ଅନ୍ୟ ଜଣେ ଲେଖିଛନ୍ତି - 'ମୁହଁ ଲୁଚାଇ ଦେଇଛି...ଏବେ ମାଆଠାରୁ ଗାଳି ପଡିବ ନାହିଁ'। ଅନ୍ୟ ଜଣେ ଲେଖିଛନ୍ତି- 'ମୁହଁ ଏମିତି ଲୁଚାଇଛନ୍ତି ଯେମିତି ରେଡ୍ ପଡିଛି ।'
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ