ମୁମ୍ବାଇ: ବି-ଟାଉନର ଡର୍ଟି ଗାର୍ଲ ବିଦ୍ୟା ବଲାନ ନିଜ ଅଭିନୟ ଜରିଆରେ ହଜାର ହଜାର ଦର୍ଶକଙ୍କ ମନ କିଣିବାରେ ସବୁବେଳେ ସଫଳ ହୋଇଥାଆନ୍ତି । ନିକଟରେ ରିଲିଜ ହୋଇଥିବା ତାଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ମିଶନ ମଙ୍ଗଲ’ ବର୍ତ୍ତମାନ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିବାରେ ଲାଗିପଡିଛି । ଏହି ଫିଲ୍ମରେ ଭାରତୀୟ ବୈଜ୍ଞାନିକ ରୂପେ ନଜର ଆସିଥିଲେ ବିଦ୍ୟା ।
ସେ ଫିଲ୍ମ ‘ନିର୍କୋଣ୍ଡା ପରଭାଈ’ ଏବଂ ‘ମିଶନ ମଙ୍ଗଲ’ କରିସାରିବା ପରେ ବର୍ତ୍ତମାନ ସେ ପ୍ରସ୍ତୁତ ହୋଇସାରିଲେଣି ନିଜର ଆଗାମୀ ଫିଲ୍ମ ସୁଟ କରିବାକୁ । ଏଥର ସେ ‘ଶକୁନ୍ତଳା ଦେବୀ’ଙ୍କ ବାୟୋପିକ ନେଇ ପରଦାକୁ ଫେରିବେ । ଯାହା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବିଦ୍ୟା । ପ୍ରକାଶ ଥାଉକି ଶକୁନ୍ତଳା ଦେବୀଙ୍କୁ ହ୍ୟୁମାନ କମ୍ପ୍ୟୁଟର ପାଇଁ ମଧ୍ୟ କୁହାଯାଏ ।
ଏଥର ପରଦାରେ ଗଣିତଜ୍ଞ ହୋଇ ଦର୍ଶକଙ୍କୁ ପାଠ ପଢାଇବେ ବିଦ୍ୟା । ଇତିମଧ୍ୟରେ ସେ ଶକୁନ୍ତଳା ଦେବୀଙ୍କ ଲୁକରେ ମୁମ୍ବାଇରେ ନଜର ଆସିଛନ୍ତି । ସେ ବ୍ଲାକ ବ୍ଲାଉଜ ସହ ଲାଇଟ ବ୍ରାଉନ ଶାଢୀ ପିନ୍ଧି ଶକୁନ୍ତଳା ଦେବୀ ସାଜି ଲୁକ ଟେଷ୍ଟ ପାଇଁ ପହଞ୍ଚିଥିଲେ ।
ନିକଟରେ ସେ ଏକ ସାକ୍ଷତକାରରେ ଫିଲ୍ମକୁ ନେଇ କହିଥିଲେ କି ଶକୁନ୍ତଳା ଦେବୀ ବାୟୋପିକକୁ ନେଇ ବହୁତ ଉତ୍ସାହିତ ଅଛି । ଆଉ ‘ମିଶନ ମଙ୍ଗଲ’ ରିଲିଜ ପରେ ସେ ଏହି ବାୟୋପିକ ପାଇଁ ଲୁକ ଟେଷ୍ଟ ଦେବେ । ‘ଶକୁନ୍ତଳା ଦେବୀ’ ଫିଲ୍ମ ପାଇଁ ସେ ନର୍ଭସ ମଧ୍ୟ ଅଛନ୍ତି କାରାଣ ତାଙ୍କ ପାଖରେ ଏତେ ସମୟ ନାହିଁ ଫିଲ୍ମ ପ୍ରସ୍ତୁତି କରିବାକୁ । ଅନୁ ମେନନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।