ମୁମ୍ବାଇ: ଚର୍ଚ୍ଚାରେ ବିକ୍କୀ କୌଶଲଙ୍କ ଅପକମିଂ ଫିଲ୍ମ ‘ଭୂତ୍ ଦ ହଣ୍ଟେଡ ଶିପ’। ଫିଲ୍ମକୁ ନେଇ ଖୁବ୍ ଏକ୍ସାଇଟେଡ ଦର୍ଶକେ । ପ୍ରଥମ ଥର ହରର୍, ଥ୍ରିଲର ଫିଲ୍ମ ନେଇ ପରଦାରେ ନଜର ଆସିବେ ବିକ୍କୀ । କିଛି ଦିନ ହେବ ମେକର୍ସ ଫିଲ୍ମର ଟିଜର, ପୋଷ୍ଟର ଜାରି କରି ଦର୍ଶକଙ୍କ ଉତ୍ସାହିତ ବଢାଇ ସାରିଛନ୍ତି ।
ଆଉ ଇତିମଧ୍ୟରେ ଫିଲ୍ମର ଲୋମହର୍ଷଣକାରୀ ଟ୍ରେଲର ରିଲିଜ କରାଯାଇଛି । ଟ୍ରେଲରରେ ଏକ ପୁରୁଣା ଜାହାଜରେ ଭୂତର ଭୟାନକ କାହାଣୀ ଦେଖିବାକୁ ମିଳୁଛି । ଟ୍ରେଲରେ ରିଲିଜର ସୂଚନା ଦର୍ଶକଙ୍କୁ ଟ୍ବିଟରରେ ଫିଲ୍ମ ନିର୍ମାତା କରନ ଜୋହର ଦେଇଛନ୍ତି । ଆସନ୍ତା 21ରେ ତାରିଖରେ ରିଲିଜ ହେବ ଏହି ଫିଲ୍ମ ।
‘ଭୂତ୍ ଦ ହଣ୍ଟେଡ ଶିପ’ର କାହାଣୀ ଏକ ପୁରୁଣା ପାଣି ଜାହାଜର । ଯାହା ହଠାତ୍ ମୁମ୍ବାଇର ଜୁହୁ ବିଚ୍ରେ ଆସିଲାଗୁଛି। ଏହି ଜାହାଜକୁ ଯାଞ୍ଚ କଲାପରେ ଜଣାପଡୁଛି ଯେ, ‘ସି ବର୍ଡ’ ନାମକ ଏହି ଜାହାଜ ହଣ୍ଟେଡ । ବିକ୍କୀ ସି ବର୍ଡ ଶିପର ସର୍ଭେଇିଂ ଅଫିସର ଭୂମିକାରେ ନଜର ଆସୁଛନ୍ତି । ଯିଏ ଜାହାଜରେ ଛାନଭିନ କରିବାକୁ ଏକୁଟିଆ ବାହାରିଛନ୍ତି । ଆଉ ଏହା ପରେ ସେ ଭୂତ କବଳରେ ଆସିଯାଉଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଭୟାନକ ଟ୍ରେଲର...
- " class="align-text-top noRightClick twitterSection" data="">
ଫିଲ୍ମର ବିକ୍କୀଙ୍କ ସହ ନଜର ଆସିବେ ଭୂମି ପେଡନେକର । ରବିବାର ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା । ଟ୍ରେଲର ରିଲିଜ ପୂର୍ବରୁ ଫିଲ୍ମର ନୂଆ ପୋଷ୍ଟର ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଯାହାର କ୍ୟାପସନରେ ଲେଖାଯାଇଛି, ‘ବୁଗିମ୍ୟାନ ଇଜ ବ୍ୟାକ ଇନ ଟାଉନ ଆଉ ସେ ଶାନ୍ତି ରହିପାରିବ ନାହିଁ। ’ ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି କରନ ।