ETV Bharat / sitara

Bijlee Bijleeରେ ନାଚିଲେ ବିକି, ବିବାହ ପାଇଁ ଉତ୍ସାହିତ କହିଲେ ଫ୍ୟାନ

author img

By

Published : Nov 6, 2021, 9:14 PM IST

ପଞ୍ଜାବୀ ଗାୟକ ହାର୍ଦ୍ଦିକ ସନ୍ଧୁଙ୍କ ଲୋକପ୍ରିୟ ଗୀତ ବିଜଲି ବିଜଲିରେ ନାଚିଲେ ବିକି କୌଶଲ । ଫ୍ୟାନ୍ସ କହିଲେ ବିବାହକୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି ବିକି । ଅଧିକ ପଢନ୍ତୁ...

Bijlee Bijleeରେ ନାଚିଲେ ବିକି, ବିବାହ ପାଇଁ ଉତ୍ସାହିତ କହିଲେ ଫ୍ୟାନ
Bijlee Bijleeରେ ନାଚିଲେ ବିକି, ବିବାହ ପାଇଁ ଉତ୍ସାହିତ କହିଲେ ଫ୍ୟାନ

ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲ କ୍ୟାରିଅର ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ରହୁଛନ୍ତି ଗଣମାଧ୍ୟମରେ ହେଡଲାଇନରେ । କ୍ୟାଟ୍ରିନା କୈଫଙ୍କ ସହ ତାଙ୍କର ବିବାହ ଗୁଜବକୁ ନେଇ ସେ ନିଜର ପ୍ରତିଟି ମୁଭ୍‌ ପାଇଁ ଚର୍ଚ୍ଚାରେ ରହୁଛନ୍ତି । ବିକି ଏକ ଫଟୋସୁଟରେ ବିଜଲି ବିଜଲି ସଙ୍ଗ୍‌ରେ ଡ୍ୟାନ୍ସ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ତେବେ ବିକି ବିବାହକୁ ନେଇ ଉତ୍ସାହିତ ହୋଇ ଏପରି ଡ୍ୟାନ୍ସ କରିଥିବା ପ୍ରଶଂସକମାନେ କହିଛନ୍ତି ।

ଶନିବାର ବିକି ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫଟୋସୁଟରୁ ଏକ ଭିଡିଓକୁ ସେୟାର କରିଥିଲେ । ଭିଡିଓରେ ଏହି ଜାତୀୟ ପୁରସ୍କାର ବିଜେତା ପଞ୍ଜାବୀ ଗାୟକ ହାର୍ଦ୍ଦିକ ସନ୍ଧୁଙ୍କ ଲୋକପ୍ରିୟ ଗୀତ ବିଜଲି ବିଜଲିରେ ନାଚୁଥିବା ନଜର ଆସିଛନ୍ତି । ବିକି ଭିଡିଓ ସେୟାର କରିବାର କିଛି ସମୟ ପରେ ପ୍ରଶଂସକ ଏହାକୁ ତାଙ୍କ ବିବାହ ସହିତ ଯୋଡିଛନ୍ତି । କିଛି ଫ୍ୟାନ୍ସ ଏଥିରେ ବିକିଙ୍କ ପ୍ରତି ଭଲପାଇବା ଦେଖାଇଥିବାବେଳେ ଅନ୍ୟ କିଛି ମହିଳା ନେଗେଟିଭ ପ୍ରତିକ୍ରିୟା ଦେଖାଇଥିଲେ ।

ବିକି ଓ କ୍ୟାଟଙ୍କ ବିବାହକୁ ନେଇ କିଛି ଖୁସି ଜାହିର କରିଥିବାବେଳେ ଅଳ୍ପ କିଛି ମହିଳା ପ୍ରଶଂସକ ବିକିଙ୍କୁ ବିବାହ ନକରିବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି । ବିକି ଏବଂ କ୍ୟାଟ୍ରିନା ଏପର୍ଯ୍ୟନ୍ତ ନିଜ ରୋମାନ୍ସକୁ ସର୍ବସମ୍ମୁଖ କରିନଥିବାବେଳେ ଉଭୟ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋରି ଧରିଛି ।

ବିଭିନ୍ନ ରିପୋର୍ଟ ଅନୁସାରେ ବିକି ଏବଂ କ୍ୟାଟ୍ରିନା ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ କରିବା ପାଇଁ ଯୋଜନା କରିଛନ୍ତି । ଏମାନେ ନିଜ ଜୀବନର ବିଗ୍‌ ଡେ' ପାଇଁ ପୋଷାକ ଡିଜାଇନର ସବ୍ୟସାଚୀଙ୍କ ପୋଷାକ ପରିଧାନ କରିବେ । କିନ୍ତୁ ଏପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ କିଛି ସ୍ପଷ୍ଟତା ମିଳିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.