ETV Bharat / sitara

ସଡକ ସଚେତନତା ପାଇଁ ‘ମିଶନ ମଙ୍ଗଲ’ ସାହାଯ୍ୟ ନେଲା ୟୁପି ପୋଲିସ

author img

By

Published : Jul 22, 2019, 7:23 PM IST

ସଡକ ସଚେତନତା ପାଇଁ ମିଶନ ମଙ୍ଗଲର ମିମି ସେୟାର କରିଛି ଉତ୍ତର ପ୍ରଦେଶ ପୋଲିସ । ଏହା ପୂର୍ବରୁ ମୁମ୍ବାଇ ଓ ରାଜସ୍ଥାନ ପୋଲିସ ମଧ୍ୟ ସେୟାର କରିଥିଲା ମିମି ।

ଫଟୋ ସୌଜନ୍ୟ: ଟ୍ବିଟର

ହାଇଦ୍ରାବାଦ: ଖୁବ ଶୀଘ୍ର ଇସ୍ରୋର ସଫଳ ମଙ୍ଗଳଯାନ ଉତ୍ତକ୍ଷେପଣକୁ ନେଇ ପରଦାକୁ ଆସିବ ଫିଲ୍ମ ‘ମିଶନ ମଙ୍ଗଲ’। ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ଅନେକ ବଲିଉଡ ଷ୍ଟାରଙ୍କୁ ଦେଖିବାକୁ ମିଳିବ । ଫିଲ୍ମକୁ 15 ଅଗଷ୍ଟରେ ରିଲିଜ କରିବାକୁ ଥିଲାବେଳେ ଏହାର ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।

'missionmangal' meme
ଫଟୋ ସୌଜନ୍ୟ: ଟ୍ବିଟର

ଫିଲ୍ମ ‘ମିଶନ ମଙ୍ଗଲ’ପୋଷ୍ଟରକୁ ନେଇ ଏକ ମିମି ସେୟାର କରିଛି ଉତ୍ତରପ୍ରଦେଶ ପୋଲିସ । ମିମିରେ ଫିଲ୍ମର ସବୁ ଷ୍ଟାର ମୁଣ୍ଡରେ ହେଲମେଟ ପିନ୍ଧିଥିବାର ନଜର ଆସିଛନ୍ତି । ସଡକ ନିୟମର ସନ୍ଦେଶ ମିମିରେ ଦେଖିବାକୁ ମିଳିଛି । ମିମି ସେୟାର କରିବା ସହ କ୍ୟାପସନରେ ଲେଖା ରହିଛି,‘ମିଶନ ମଙ୍ଗଲ ଟିମ ସ୍ପେଶରେ ମଧ୍ୟ ସଡକ ନିୟମ ପାଳନ କରୁଛନ୍ତି ।’

'missionmangal' meme
ଫଟୋ ସୌଜନ୍ୟ: ଟ୍ବିଟର

ଏହାପୂର୍ବରୁ ମୁମ୍ବାଇ ଓ ରାଜସ୍ଥାନ ପୋଲିସ ମଧ୍ୟ ମିମି ସେୟାର କରି ଲୋକଙ୍କୁ ସଚେତନ କରିଥିଲେ । ତେବେ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଜଗନ ଶକ୍ତି । ବକ୍ସ ଅଫିସରେ ଅକ୍ଷୟ କୁମାର ଓ ଜନ ଆବ୍ରାହାମଙ୍କ ଭିତରେ କଡା ଟକ୍କର ଦେଖିବାକୁ ମିଳିବ କାରଣ ସମାନ ଦିନରେ ଜନଙ୍କ ‘ବାଟଲାହାଉସ’ ମଧ୍ୟ ରିଲିଜ ହେଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.