ETV Bharat / sitara

କୋରୋନାରୁ ମୁକ୍ତ ହୋଇ ପ୍ଲାଜମା ଦାନ କଲେ ଗୁରମିତ-ଦେବିନା

author img

By

Published : Nov 14, 2020, 11:43 AM IST

ଫେମସ ଯୋଡି ଗୁରମିତ ଓ ଦେବିନାଙ୍କୁ ନେଇ ନୂଆ ଚର୍ଚ୍ଚା । ନିକଟରେ କୋରୋନା ସଂକ୍ରମିତ ହୋଇଥିବା ଏହି ଯୋଡି ଦାନ କରିଛନ୍ତି ପ୍ଲାଜମା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୁରମିତ ଚୌଧୁରୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୁରମିତ ଚୌଧୁରୀ

ମୁମ୍ବାଇ: କୋରୋନା କାଳରେ ଅନେକ ସେଲିବ୍ରିଟି ଦେଶବାସୀଙ୍କ ସେବା କରିବାରେ ଲାଗିଛନ୍ତି । ଦାନ ଦେବାଠୁ ନେଇ ଲୋକଙ୍କ ଖାଇବା ପିଇବା ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା କରୁଛନ୍ତି ଷ୍ଟାର୍ସ । ସେପଟେ ଅନେକ ସେଲିବ୍ରିଟି ଏଯାବତ କୋରୋନା ସଂକ୍ରମିତ ହୋଇସାରିଲେଣି । ହେଲେ କୋରୋନା ପରେ ମଧ୍ୟ ସେମାନେ ଦେଶବାସୀଙ୍କ ସେବା କରିବାକୁ ସାମ୍ନାକୁ ଆସିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ପପୁଲାର ଆକ୍ଟର ଗୁରମିତ ଚୌଧୁରୀ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦେବିନା ବାନାର୍ଜୀ । ନିକଟରେ ଏହି ଯୋଡି କୋରୋନା ପଜିଟିଭି ବାହାରିଥିଲେ । ସୁସ୍ଥ ହେବା ପରେ ଦୁଇଜଣ ଏମିତି କାମ କରିଛନ୍ତି, ଯାହାର ପ୍ରଶଂସା କରିବାରେ ଲାଗିଛନ୍ତି ଫ୍ୟାନ୍ସ ।

ଅନ୍ୟ ସଂକ୍ରମିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଦେବିନା ଓ ଗୁରମିତ ମୁମ୍ବାଇର ଏକ ହସ୍ପିଟାଲରେ ନିଜର ପ୍ଲାଜମା ଦାନ କରିଛନ୍ତି । ଏହି ସମୟରେ ଗୁରମିତ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରି ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହାସହ ସେ ଜଣାଇଛନ୍ତି ଯେ ନାୟର ହସ୍ପିଟାଲରେ ସେ ପ୍ଲାଜମା ଦାନ କରିଛନ୍ତି । ସେହିପରି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ମୁଁ କୋଭିଡ-19 ରୋଗୀଙ୍କ ପାଇଁ ପ୍ଲାଜମା ଦାନ କରିଛି । ଏ ହେଉଛି ଡାକ୍ତର ରମେଶ ନାୟର ହସ୍ପିଟାଲ । ଡାକ୍ତର ଗୌତମ ଭାନଶାଲୀଙ୍କୁ ଧନ୍ୟବାଦ । ଯାହାଙ୍କ ପାଇଁ ଏ ସବୁ କିଛି ସମ୍ଭବ ହୋଇପାରିଲା ।’

ସେପଟେ ଦେବିନାଙ୍କ ସହ ଗୁରମିତ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଆବଶ୍ୟକତାର ଏହି ସମୟରେ ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ ପ୍ଲାଜମା ଦାନ କରନ୍ତୁ | ଯଦି ତୁମେ ଭଲ ଅଛ, ଅନ୍ୟମାନଙ୍କୁ ସାହାଯ୍ୟ କର ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.