ETV Bharat / sitara

ଫ୍ୟାନ୍ସଙ୍କୁ ସୁରକ୍ଷିତ ରହିବାକୁ ଅନୁରୋଧ କଲେ ରଶ୍ମୀ

author img

By

Published : May 26, 2021, 7:49 AM IST

ଭାଇରାଲ ହେଲା ରଶ୍ମୀ ଦେସାଇଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । ଯାହା ଜରିଆରେ ସେ ପୁଣି ସମସ୍ତଙ୍କୁ ସୁରକ୍ଷିତ ରହିବାକୁ କହିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଶ୍ମୀ ଦେସାଇ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଶ୍ମୀ ଦେସାଇ

ମୁମ୍ବାଇ: ବର୍ତ୍ତମାନ କୋରୋନା ମହାମାରୀ ସହ ଲଢୁଛି ଦେଶ । ଏହାର ପ୍ରଭାବ ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟିଙ୍କ ଉପରେ ପଡିଛି । ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସମସ୍ତେ । ସେପଟେ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ବାରମ୍ବାର ଅନୁରୋଧ କରୁଥିବାର ନଜର ଆସୁଛନ୍ତି ଟେଲି କଳାକାରଙ୍କଠୁ ନେଇ ବଲିଉଡ ସେଲିବ୍ରିଟି । ଏବେ ପୁଣିଥରେ ସୋସିଆଲ ମିଡିଆରେ ସମସ୍ତଙ୍କୁ ସୁରକ୍ଷା ରହିବାକୁ କହିଛନ୍ତି ଟିଭିର ପପୁଲାର ଅଭିନେତ୍ରୀ ତଥା ‘ବିଗବସ 13’ ଫେମ ରଶ୍ମୀ ଦେସାଇ ।

ସେ ମଙ୍ଗଳବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ‘ଜୀବନ କେବଳ ତୁମକୁ ସେବା କରିବ ଯଦି ତୁମେ ସୁଯୋଗ ଏବଂ ଅଧିକ ସମ୍ଭାବନା ଦିଅ, ସୁରକ୍ଷିତ ରୁହ, ସୁସ୍ଥ ରୁହ, ତୁମର ଯତ୍ନ ନିଅ ଏବଂ ଥରେ ସବୁ କିଛି ଜିତିବାକୁ ଚେଷ୍ଟା କର ।’

ପ୍ରକାଶ ଥାଉକି ରଶ୍ମୀ ଟିଭି ସିରିୟଲ ‘ଦିଲ ସେ ଦିଲ ତକ୍’, ‘ଉତ୍ତରନ୍’ ପାଇଁ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେହିପରି ନିକଟରେ ତାଙ୍କୁ ଏକ ମ୍ୟୁଜିକ ଭିଡିଓ ‘କିନା ସୋନା’ରେ ଦେଖିବାକୁ ମିଳିଥିଲା । ଏହି ଗୀତରେ ତାଙ୍କ ସହ ନଜର ଆସିଥିଲେ ଫେମ ଗାୟକ ରାହୁଲ ବୈଦ୍ୟ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.