ମୁମ୍ବାଇ: ଏକତା କପୁରଙ୍କ ପପୁଲାର ଟିଭି ଶୋ ‘ନାଗୀନ 5’କୁ ନେଇ ଦର୍ଶକ ଦୀର୍ଘ ସମୟରୁ ଉତ୍ସାହିତ । ଏବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । କାରଣ ଖୁବଶୀଘ୍ର ପୁଣିଥରେ ନିଜର ଏହି ଫେଭରେଟ ଶୋ ଛୋଟ ପରଦାରେ ଦେଖିବାକୁ ଯାଉଛନ୍ତି ଦର୍ଶକ । ଏହାର ସୂଚନା ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଛନ୍ତି ଏକତା। ସେହିପରି ଜଲଦି ‘ନାଗୀନ 4’ର ଆଗାମୀ ଏପିସୋଡ ଟେଲିକାଷ୍ଟ ହେବ ।ଏହା ଶେଷ ହେବା ମାତ୍ରେ ‘ନାଗୀନ 5’ ଆରମ୍ଭ କରିବେ ମେକର୍ସ।
ଏକତା ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ରଶ୍ମି ଦେସାଇ, ନିୟା ଶର୍ମା ଓ ବିଜୟେନ୍ଦ୍ର କୁମାର ନଜର ଆସୁଛନ୍ତି । ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ନାଗୀନ 5 । ପରିଶେଷରେ ଅପେକ୍ଷାର ଅନ୍ତ ହେବାକୁ ଯାଉଛି ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ନିକଟରେ ଏକତା ଏକ ଭିଡିଓ ସେୟାର କରି କନଫର୍ମ କରିଥିଲେ ଯେ ‘ନାଗୀନ 4’ ଶେଷ କରିବାକୁ ଯାଉଛନ୍ତି । ଯାହାପରେ ସେ ‘ନାଗୀନ 5’ର ସୁଟିଂ ଆରମ୍ଭ କରିବେ ।