ETV Bharat / sitara

ଘୁଞ୍ଚିଲା 'ଦି ଇମୋର୍ଟାଲ ଅଶ୍ବଥାମା'ର ସୁଟିଂ, ଭିକି କହିଲେ ଆସିନି ସଠିକ ସମୟ

author img

By

Published : Oct 3, 2021, 4:58 PM IST

'ଦି ଇମୋର୍ଟାଲ ଅଶ୍ବଥାମା' ଫିଲ୍ମ ସୁଟିଂ ଏଯାଏଁ ଆରମ୍ଭ ହୋଇ ପାରିନାହିଁ । ଏହାକୁ ନେଇ ମୁହଁ ଖୋଲିଛନ୍ତି ଭିକି କୌଶଲ । ଏହି ଫିଲ୍ମ ନିର୍ମାଣ ପାଇଁ ବର୍ତ୍ତମାନ ସୁଦ୍ଧା ଠିକ୍‌ ସମୟ ଆସିନାହିଁ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ...

'ଦି ଇମୋର୍ଟାଲ ଅଶ୍ବଥାମା' ସୁଟିଂ ବିଳମ୍ବକୁ ନେଇ ପ୍ରତିକ୍ରିୟା ରଖିଲେ ଭିକି କୌଶଲ

ମୁମ୍ବାଇ: 'ଦି ଇମୋର୍ଟାଲ ଅଶ୍ବଥାମା' ଫିଲ୍ମ ସୁଟିଂ ଏଯାଏଁ ଆରମ୍ଭ ହୋଇ ପାରିନାହିଁ । ଏହାକୁ ନେଇ ମୁହଁ ଖୋଲିଛନ୍ତି ଭିକି କୌଶଲ । ଏହି ଫିଲ୍ମ ନିର୍ମାଣ ପାଇଁ ବର୍ତ୍ତମାନ ସୁଦ୍ଧା ଠିକ୍‌ ସମୟ ଆସିନାହିଁ ବୋଲି ସେ କହିଛନ୍ତି । ଏହି ଫିଲ୍ମର ମୁଖ୍ୟ ଭୁମିକାରେ ନଜର ଆସିବେ ଭିକି କୌଶଲ ।

ଏହି ଫିଲ୍ମରେ ଭିକିଙ୍କୁ ସୁପର ଆକ୍ସନ କରୁଥିବା ଦେଖିବାକୁ ମିଳିବ ବୋଲି ଫିଲ୍ମ କ୍ରିଟିକ୍‌ମାନେ ମତ ଦେଇଛନ୍ତି । 'ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌' ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଥିବା ଆଦିତ୍ୟ ଧର ଏହି ଆକ୍ସନ ଫିଲ୍ମର ନିର୍ଦ୍ଦେଶକ ଦାୟିତ୍ବରେ ରହିଛନ୍ତି । ୨୦୨୧ ଅପ୍ରେଲ ମାସରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାନେଇ ଘୋଷଣା କରାଯାଇଥିଲା । ତେବେ କମ ବଜେଟ ଯୋଗୁଁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇ ପାରିନଥିବା ରିପୋର୍ଟ ପ୍ରକାଶ ପାଇଥିଲା ।

ଏହାପରେ ଫିଲ୍ମ ନିର୍ମାତା ରାନୀ ସ୍କୃୱାଲା ଫିଲ୍ମର ସୁଟିଂକୁ ୬ରୁ ୯ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ଘୋଷଣା କରିଥିଲେ ।

ସେପଟେ ଏହାକୁ ନେଇ ଭିକି କୌଶଲ କହିଛନ୍ତି ଯେ, "ଏହି ଫିଲ୍ମ ତିଆରି କରିବାକୁ ସଠିକ ସମୟ ଆସିନାହିଁ । ଯେକୌଣସି ଫିଲ୍ମ ନିର୍ମାଣ ଗୋଟିଏ ସଠିକ ସମୟ ରହିଛି । ସେହି ସମୟରେ ହିଁ ଫିଲ୍ମ ତିଆରି କରିବା ଆବଶ୍ୟକ । ମୁଁ କିମ୍ବା ଫିଲ୍ମ ସହ ଜଡ଼ିତ ଯେକୌଣସି ବ୍ୟକ୍ତି ଫିଲ୍ମଠାରୁ ବଡ଼ ନୁହଁନ୍ତି । 'ଦି ଇମୋର୍ଟାଲ ଅଶ୍ବଥାମା' ସୁଟିଂ ପାଇଁ ଆମକୁ ଏକ ଉପଯୁକ୍ତ ସମୟର ଅପେକ୍ଷା କରିବାକୁ ହେବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.