ମୁମ୍ବାଇ: ଟେଲି ଦମ୍ପତି କରନବୀର ବୋହରା ଏବଂ ଟିଜେ ସିଦ୍ଧୁ ଯିଏ ତୃତୀୟ ସନ୍ତାନକୁ ନେଇ ଦୀର୍ଘ ସମୟରୁ ଉତ୍ସାହିତ ଥିଲେ ତାଙ୍କ ପରିବାରରେ ଏବେ ଖୁସିର ଲହରୀ । କାରଣ କାନାଡାର ଭାନକୋଭରରେ ଶିଶୁ କନ୍ୟାକୁ ସ୍ବାଗତ କରିଛନ୍ତି ଏହି ଯୋଡି । ଆଉ ଏହି ଖୁସି ଫ୍ୟାନ୍ସଙ୍କ ସହ ସେୟାର କରି କରନବୀର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ନିଜ ତିନି ଝିଅଙ୍କୁ ଲକ୍ଷ୍ମୀ, ସରସ୍ବତୀ ଏବଂ ପ୍ରଭାତିଙ୍କ ସହ ତୁଳନା କରିଛନ୍ତି ।
ଇନଷ୍ଟାଗ୍ରାମରେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କରନ ଶିଶୁ କନ୍ୟାଙ୍କୁ ହାତରେ ଧରିଥିବାର । ଆଉ ତାଙ୍କ ପଛରେ ଦୁଇ ଝିଅ ଠିଆ ହୋଇ ମଜାମସ୍ତି କରୁଛନ୍ତି ।
ସେହିପରି ଭିଡିଓର କ୍ୟାପସନରେ କରନବୀର ଲେଖିଛନ୍ତି, ‘ମୋର ଶିରା ଭିତରୁ ଯାଉଥିବା ସୁଖର ଅନୁଭବ ମୁଁ କଳ୍ପନା ମଧ୍ୟ କରିପାରିବି ନାହିଁ । ମୁଁ କିଛି କରିପାରିବି ନାହିଁ କାରଣ ବିଶ୍ବାସ କର ମୁଁ ତିନି ଝିଅଙ୍କ ପିତା । ଏହାଠୁ ଅଧିକ ମୋ ଜୀବନରେ ଆଉ କିଛି ମିଳିନଥାଆନ୍ତା । ମୁଁ ଜୀବନରେ ଏହି 3 ରାଣୀଙ୍କ ସହିତ ଜଗତକୁ ଶାସନ କରିବାକୁ କଳ୍ପନା କରେ । ମୋ ଜୀବନରେ ଏହି ସମସ୍ତ ଦୂତମାନଙ୍କ ପାଇଁ ଭଗବାନଙ୍କୁ ଧନ୍ୟବାଦ । ମୁଁ ସେଗୁଡ଼ିକର ସର୍ବୋତ୍ତମ ଯତ୍ନ ନେବି, କାରଣ ସେମାନେ ମୋର ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ଏହି ଯୋଡି 2006 ନଭେମ୍ବର 3ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଆଉ 2017ରେ ଦୁଇ ଜାଆଁଳା ଝିଅ ଭିଏନା ଓ ରୟା ବେଲାଙ୍କୁ ଘରକୁ ସ୍ବାଗତ କରିଥିଲେ କରନବୀର ଓ ଟିଜେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ