ETV Bharat / sitara

‘ପ୍ରେମ ଚାପୁଡା ମାରିବାର ଲାଇସେନ୍ସ ନୁହେଁ’

ଏମାସ 28ରେ ରିଲିଜ ହେବାକୁ ପ୍ରସ୍ତୁତ ଅନୁଭବ ସିହ୍ନାଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଥାପଡ’। ଦର୍ଶକଙ୍କ ଏକ୍ସାଇଟେଣ୍ଟ ବଢାଇବା ପାଇଁ ଫିଲ୍ମ ମେକର୍ସ ନୂଆ ନୂଆ ଭିଡିଓ ଜାରି କରିବାରେ ଲାଗିଛନ୍ତି।

author img

By

Published : Feb 16, 2020, 2:54 AM IST

taapsee pannu
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ

ମୁମ୍ବାଇ: ଦୀର୍ଘ ସମୟରୁ ଚର୍ଚ୍ଚାରେ ତାପସୀ ପନ୍ନୁଙ୍କ ଚର୍ଚ୍ଚିତ ଫିଲ୍ମ ‘ଥାପଡ’। ଫିଲ୍ମର ଦୁଇଟି ଟ୍ରେଲର, ଗୀତ ରିଲିଜ ହୋଇସାରିଲାଣି। ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ। ଘରୋଇ ହିଂସାଙ୍କୁ ନେଇ ଆଧାରିତ ‘ଥାପଡ’ର ମେକର୍ସ ଭାଲେଣ୍ଟାଇନ ଡେ ଅବସରରେ ଫିଲ୍ମର ଏକ ନୂଆ ଭିଡିଓ ସେୟାର କରିଛନ୍ତି। ଯାହା ଦର୍ଶକଙ୍କୁ ଭାବିବାକୁ ପୁଣିଥରେ ବାଧ୍ୟ କରିଦେବ। ଏହି ଭିଡିଓକୁ ଭାଲେଣ୍ଟାଇନ ଡେ ସ୍ଥାନରେ ‘Violentine Day’ ତଥା ଝଗଡା ଦିନ ନାମରେ ରିଲିଜ କରାଯାଇଛି। ଏଥରୁ ସ୍ପଷ୍ଟ ହେଉଛି ଯେ ଏହା ଘରୋଇ ହିଂସା କରୁଥିବା ଲୋକଙ୍କ ପାଇଁ କଟାକ୍ଷ ଭଳି କାମ କରିବ।

  • " class="align-text-top noRightClick twitterSection" data="">

ଭିଡିଓଟି ହୁଏତଃ ସମସ୍ତଙ୍କୁ କମେଡି ଲାଗିବ। ହେଲେ ଦର୍ଶକଙ୍କୁ ଘରୋଇ ହିଂସା ଉପରେ ଭାବିବାକୁ ବାଧ୍ୟ କରିବ। ଭିଡିଓରେ ତାପସୀଙ୍କୁ ବିବାହ ପାଇଁ ପୁଅ ପରିବାର ଦେଖିବାକୁ ଆସିଛନ୍ତି। ଯେଉଁଠାରେ ପୁରା ପରିବାର ଶାନ୍ତିରେ ଚାପୁଡା ଉପରେ କଥାବାର୍ତ୍ତା କରୁଥିବାର ନଜର ଆସୁଛନ୍ତି।

ଏପରି ବ୍ୟବହାରକୁ ଆମ ସମାଜରେ କେତେ ସହଜ ମାନା ଯାଉଛି ବୋଲି ଭିଡିଓରେ ଦର୍ଶା ଯାଇଛି । ଏହି ଭିଡିଓ ଏକ ପ୍ରଭାବଶାଳୀ ଏବଂ ଆବଶ୍ୟକ ସନ୍ଦେଶ ସହ ସମାପ୍ତା ହୋଇଛି । ଯେଉଁଥିରେ ଦର୍ଶକଙ୍କୁ ତାପସୀ ପ୍ରଶ୍ନ କରୁଛନ୍ତି ପ୍ରେମରେ ଚାପୁଡା ମାରିବାର ଲାଇସେନ୍ସ ଅଛି କି ? ସେପଟେ ଦର୍ଶକ ଭିଡିଓର କମେଣ୍ଟ ବକ୍ସରେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ‘ଘରୋଇ ହିଂସା ପାଇଁ ସଚେତା ଦେବା ପାଇଁ ନୂଆ ପଦକ୍ଷେପ। ହେଲେ ମତେ ଜଣା ନାହିଁ ଏହା କାମ କରିବ କି ନାହିଁ । ଯେଉଁ ଲୋକ ହିଂସା କରୁଛନ୍ତି ସେମାନେ ଭାବନା ଏବଂ ଲୋକଙ୍କ ଅପିଲ ଉପରେ କୌଣସି ପ୍ରତିକ୍ରିୟା ଦିଅନ୍ତି ନାହିଁ । ତାଙ୍କୁ କେବଳ ସାହସ ଏବଂ ଡରରେ ଫର୍କ ପଡିଥାଏ । କୌଣସି ମହିଳାଙ୍କ ପାଇଁ ସବୁଠାରୁ ଭଲ ହେଲା ଆତ୍ମନିର୍ଭର ହେବା ଏବଂ ଶିକ୍ଷିତ ହେବ । ଏପିରି ଅନେକ ୟୁଜର୍ସଙ୍କ କମେଣ୍ଟ ବର୍ତ୍ତମାନ ଦେଖିବାକୁ ମିଳୁଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.