ETV Bharat / sitara

ରିୟାଙ୍କ FIRକୁ ନେଇ ପ୍ରତିକ୍ରିୟା ରଖିଲେ ସୁଶାନ୍ତଙ୍କ ଭଉଣୀ

author img

By

Published : Sep 9, 2020, 1:47 PM IST

ଆଇପିସି ଏବଂ ଏନଡିପିଏସ୍ ଆକ୍ଟର ବିଭିନ୍ନ ବିଭାଗ ଅନ୍ତର୍ଗତ ବାନ୍ଦ୍ରା ପୋଲିସ ଷ୍ଟେସନରେ ସୁଶାନ୍ତ ସିଂ ରାଜପୁତଙ୍କ ଦୁଇ ଭଉଣୀ ପ୍ରିୟଙ୍କା ସିଂ ଏବଂ ମିତୁ ସିଂଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ସ୍ୱର୍ଗତ ଅଭିନେତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଏଫ୍ଆଇଆରକୁ 'ମିଥ୍ୟା' ବୋଲି କହିଛନ୍ତି।

ରିୟାଙ୍କ ନକଲି ଏଫଆଇଆର ଉପରେ ପ୍ରତିକ୍ରିୟା ରଖିଲେ ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଦୁଇ ଭଉଣୀଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏଫ୍ଆଇଆର୍ ପଞ୍ଜିକରଣ କରିଛି। ତେବେ ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ (ଏନଡିପିଏସ୍) ଅଧିନିୟମ ଅନୁଯାୟୀ ନିଷିଦ୍ଧ ଔଷଧ ଲେଖିବା ସହ ଆତ୍ମହତ୍ୟା ତଥା ଅପରାଧିକ ଷଡଯନ୍ତ୍ରରେ ସୁଶାନ୍ତଙ୍କ 2 ଭଉଣୀଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, ରିୟା ଚକ୍ରବର୍ତ୍ତୀଙ୍କ ଏକ ମାମଲା ରୁଜୁ କରି କହିଛନ୍ତି ଯେ, ପ୍ରିୟଙ୍କା ଏବଂ ମିଟୁ ନିଜ ଭାଇଙ୍କ ବ୍ୟାଙ୍କ ଆକାଉଣ୍ଟର ହିତାଧିକାରୀ ଥିଲେ ଏବଂ ସେମାନେ ସର୍ବଦା ତାଙ୍କ ଆର୍ଥିକ କାରବାରକୁ ନିୟନ୍ତ୍ରଣକୁ ନେବାକୁ ଚାହୁଁଥିଲେ।

ତେବେ ଏହାର ଜବାବ ଦେବାକୁ ଯାଇ ଟ୍ୱିଟରରେ ଶ୍ୱେତା ସିଂ କିର୍ତ୍ତୀ ଲେଖିଛନ୍ତି: ଆମକୁ କେହି ଭାଙ୍ଗି ପାରିବେ ନାହିଁ, ନିଶ୍ଚିତ ଭାବରେ ଏହି ଏକ ମିଥ୍ୟା ମାମଲା। ରିୟା ଦାବି କରି କହିଛନ୍ତି ଯେ, ସୁଶାନ୍ତଙ୍କ ଭଉଣୀ ମାନେ ବିନା ପରାମର୍ଶରେ ତାଙ୍କୁ ଡ୍ରଗ୍ସ ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଏବଂ ମିତୁ ସିଂ, ଦିଲ୍ଲୀର ଡାକ୍ତର ତରୁଣ କୁମାର ଏବଂ ଅନ୍ୟମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ରିୟା ତାଙ୍କ ଅଭିଯୋଗରେ ଦାବି କରିଛନ୍ତି ଯେ, ଏହି ବ୍ୟକ୍ତିମାନେ ଏକ ଷଡଯନ୍ତ୍ର ରଚିଛନ୍ତି ଏବଂ ନିଷିଦ୍ଧ ଔଷଧ ପାଇଁ ସରକାରୀ ଡାକ୍ତରଖାନାର ଚିଠିରେ ମିଥ୍ୟା ପ୍ରେସକ୍ରିପସନ୍ ପାଇଛନ୍ତି। ଏବଂ ଡୋଜ ଏବଂ ପରିମାଣର ତଦାରଖ ନକରି ସୁଶାନ୍ତଙ୍କୁ ତାହା ପ୍ରଦାନ କରିଛନ୍ତି।

ବାନ୍ଦ୍ରା ପୋଲିସ ଷ୍ଟେସନରେ ଧାରା 420, 464, 465, 466, 468, 474, 306, 120 (ବି) ଏବଂ ଆଇପିସିର 34 ଏବଂ ଏନଡିପିସିର ଧାରା 8 (c), 21, 22 (A) ଏବଂ 29 ଅନୁଯାୟୀ ମାମଲା ରୁଜୁ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.