ETV Bharat / sitara

ସୁଶାନ୍ତ ମୃତ୍ୟୁ ମାମଲା: ସିବିଆଇ ଷ୍ଟାଟସ୍‌ ରିପୋର୍ଟକୁ ନେଇ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ - ସୁଶାନ୍ତଙ୍କ ମୃତ୍ୟୁ ମାମଲା

ଦିବ୍ୟଙ୍ଗତ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲା । ସିବିଆଇ ତଦନ୍ତର ଷ୍ଟାଟସ୍‌ ରିର୍ପୋଟ ଦେବାକୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

Sushant Singh Rajput case: SC dismisses plea seeking direction to CBI to submit status report
ସୁଶାନ୍ତଙ୍କ ମୃତ୍ୟୁ ମାମଲା: ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ
author img

By

Published : Feb 3, 2021, 8:36 PM IST

ନୂଆଦିଲ୍ଲୀ: ଦିବ୍ୟଙ୍ଗତ ଅଭିନେତା ସୁଶାନ୍ତ ମୃତ୍ୟୁକୁ ଏମଧ୍ୟରେ 9 ମାସ ବିତିଲାଣି । ଏଯାବତ୍‌ ଘଟଣାର ତଦନ୍ତ କରୁଛି ସିବିଆଇ । ତେବେ ସିବିଆଇ ତଦନ୍ତର ଷ୍ଟାଟସ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ସିବିଆଇ ତଦନ୍ତର ଅଗ୍ରଗତି ସମ୍ପର୍କରେ ଜାଣିବା ପାଇଁ ପୁନୀତ ଧାନ୍ଦା ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ । ହେଲେ ଏହି ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ତେବେ ପିଟିସନରେ କୁହାଯାଇଥିଲା କି, ସିବିଆଇ ଦାୟିତ୍ବହୀନ ଭାବେ କାର୍ଯ୍ୟ କରୁଛି ଏବଂ ଏହି ମାମଲାର ତଦନ୍ତ ବିଳମ୍ବ ହୋଇଛି । ହେଲେ ଏହାକୁ ଉଚ୍ଚତମ ନ୍ୟାୟାଳୟ ଖାରଜ କରିଦେଇଛନ୍ତି ।

ସୂଚନା ଅନୁସାରେ, ଗତ 19 ଅଗଷ୍ଟ 2020ରେ, ସୁଶାନ୍ତଙ୍କ ମାମଲାର ତଦନ୍ତ ପାଇଁ ସିବିଆଇ ନିର୍ଦ୍ଦେଶ ପାଇଥିଲା । ଯାଞ୍ଚ କରିବା ପରେ ମଧ୍ୟ ଏଜେନ୍ସି ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚି ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.