ETV Bharat / sitara

ସୁଶାନ୍ତ ଆତ୍ମହତ୍ୟା ମାମଲାର ହେବ ସିବିଆଇ ତଦନ୍ତ ! - ସୁଶାନ୍ତ ଆତ୍ମହତ୍ୟାରେ ମାମଲାରେ ହେବ ସିବିଆଇ ଯାଞ୍ଚ

ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସୁବ୍ରମଣ୍ୟମ ସ୍ବାମୀ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି । ଏବେ ଖବର ଆସୁଛି ଯେ, ମୋଦୀ ସୁବ୍ରମଣ୍ୟମଙ୍କ ଚିଠିକୁ ସ୍ବୀକାର କରିଛନ୍ତି । ଅଧିକ ପଢନ୍ତୁ...

ସୁଶାନ୍ତ ଆତ୍ମହତ୍ୟାରେ ମାମଲାରେ ହେବ ସିବିଆଇ ଯାଞ୍ଚ, ପ୍ରଧାନମନ୍ତ୍ରୀଙ୍କ ସ୍ବାକୃତି

author img

By

Published : Jul 26, 2020, 10:31 PM IST

ମୁମ୍ବାଇ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସୁବ୍ରମଣ୍ୟମ ସ୍ବାମୀ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।

ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସୁବ୍ରମଣ୍ୟମ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସିବିଆଇ ତଦନ୍ତ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି ।

ତେବେ ସୂଚନା ମିଳିଛି ଯେ, ପ୍ରଧାନମନ୍ତ୍ରୀ ମୋଦି ସୁବ୍ରମଣ୍ୟମଙ୍କ ଚିଠିକୁ ସ୍ବୀକାର କରିଛନ୍ତି ।

ସ୍ବାମୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଚିଠିର ଏକ କପିକୁ ଟ୍ବିଟରରେ ସେୟାର କରିଛନ୍ତି । ଯେଉଁଥିରେ ଲେଖା ଅଛି ଯେ, ମୁଁ ଜୁଲାଇ 15, 2020 ରେ ଆପଣଙ୍କ ଚିଠି ପାଇଥିଲି ।

ସ୍ବାମୀ ତାଙ୍କ ଚିଠିରେ ଦାବି କରିଛନ୍ତି ଯେ, ଏହି ମାମଲାରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ପୋଲିସ ଦ୍ୱାରା କରାଯାଇଥିବା ଅନୁସନ୍ଧାନକୁ କୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଯାହା ଦ୍ବାରା ରାଜପୁତଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ଜଣାପଡିବାକୁ ଚେଷ୍ଟା କରୁଛନ୍ତି ।

ପ୍ରକାଶ ଥାଉ କି, 14 ଜୁନ୍ ରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.