ETV Bharat / sitara

ବଲିଉଡ ଡ୍ରଗ୍ସ ମାମଲା: 22ତମ ଅଭିଯୁକ୍ତ ଗିରଫ

author img

By

Published : Oct 17, 2020, 12:34 PM IST

ଆକ୍ସନ ମୋଡରେ ଏନସିବି । ଧିରେ ଧିରେ କରି ଡ୍ରଗ ଡିଲରଙ୍କ ପର୍ଦ୍ଦାଫାଶ କରିବାରେ ଲାଗିଛି ଏନସିବି । ଏବେ ଏନସିବି ହାତରେ ଧରାପଡିଛି ଜଣେ ଅଭିଯୁକ୍ତ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ସମ୍ପୃକ୍ତ ଥିବା ଡ୍ରଗ୍ସ କାରବାରର ଯାଞ୍ଚ ଏଯାବତ ଚଳାଇଛି ଏନସିବି । ନିକଟରେ ଏହି କେସ୍‌ରେ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ଜାମିନ ମିଳିଥିଲା । ହେଲେ ଏବେ ମଧ୍ୟ ଜେଲରେ ଅଛନ୍ତି ଅନ୍ୟ ଅଭିଯୁକ୍ତ । ଯେଉଁଥିରେ ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ସାମିଲ ଅଛନ୍ତି । କାରଣ ତାଙ୍କ ଜାମିନ ଆବେଦନକୁ ଖାରାଜ କରିଥିଲେ ବମ୍ବେ ହାଇକୋର୍ଟ । ଇତିମଧ୍ୟରେ ପୁଣି ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏନସିବି ବୋଲି ଚର୍ଚ୍ଚା ।

ଏନସିବି ଅଧିକାରୀ ମାମଲାରେ ଗୁରୁବାର ସନ୍ଧ୍ୟାରେ ସାଣ୍ଟାକ୍ରୁଜ ନିବାସୀ ଜୟ ମଧୋକଙ୍କୁ ଗିରଫ କରିଛି। ଜୟ ଡ୍ରଗ୍ସ ଡିଲିଂର 22ତମ ଅଭିଯୁକ୍ତ ।

ସେପଟେ ବୟାନ ଦେଇ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ କହିଛନ୍ତି ଯେ ଜୟ ଡ୍ରଗ୍ସ ସେବନ କରିବା ବ୍ୟତୀତ ସେ ଏହାର ବିତରଣରେ ମଧ୍ୟ ଜଡିତ ଅଛନ୍ତି। ଯାହାଦ୍ବାରା ସ୍ଥିର ହେଉଛି ଯେ ସେ ମଧ୍ୟ ଜଣେ ଡ୍ରଗ୍ ପ୍ୟାଡଲର।

ପ୍ରକାଶ ଥାଉକି ଏନିସିବି ଗିରଫ କରିଥିବା ଅଭିଯୁକ୍ତଙ୍କ ମଧ୍ୟରେ ରିଆ, ସୌଭିକ, ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା, ଷ୍ଟାଫ ଦୀପେଶ ସାୱନ୍ତ ମଧ୍ୟ ସାମିଲ ଅଛନ୍ତି । ରିଆଙ୍କୁ ଜାମିନ ମିଳିସାରିଛି । ସେହିପରି ଡ୍ରଗ୍ସ କାରବାରରେ ଅନେକ ଅଭିନେତ୍ରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ଦୀପିକା ପାଦୁକୋନ, ରକୁଲ ପ୍ରୀତ ସିଂ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କ ଭଳି ପପୁଲାର ଅଭିନେତ୍ରୀଙ୍କ ନାମ ଏହି ମାମଲାରେ ସମ୍ପୃକ୍ତ ଅଛି । ଏନସିବି ଦ୍ବାରା ଜେରା ହୋଇସାରିଲେଣି ଏହି ଅଭିନେତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.