ETV Bharat / sitara

ସୁଶାନ୍ତ ମାମଲା: ଓକିଲ ବିଭୋର ଆନନ୍ଦଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

author img

By

Published : Oct 16, 2020, 8:16 PM IST

ସ୍ବର୍ଗତ ଅଭିନେତା ସୁଶାନ୍ତଙ୍କ ମାମଲାରେ ଅଭିନେତା ଅରବାଜ ଖାନଙ୍କ ନାମ ସମ୍ପୃକ୍ତ କରି ପୋଲିସ ହାତରେ ଧରା ପଡିଲେ ଓକିଲ ବିଭୋର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସମସ୍ତେ ବିଚାରକୁ ଅପେକ୍ଷା କରିଛନ୍ତି। ସେପଟେ ମୁମ୍ବାଇ ପୋଲିସର ସାଇବର ସେଲ୍ ଓକିଲ ବିଭୋର ଆନନ୍ଦଙ୍କୁ ଦିଲ୍ଲୀରେ ଗିରଫ କରିଛି। ସୁଶାନ୍ତ ଏବଂ ଦିଶା ସାଲିଆନ ମାମଲାରେ ସୋସିଆଲ ମିଡିଆରେ ଅଭିନେତା ଅରବାଜ ଖାନଙ୍କ ନାମକୁ ସମ୍ପୃକ୍ତ କରିବା ମାମଲାରେ ବିଭୋରଙ୍କୁ ଗିରଫ କରାଯାଇଛି।

ସେପଟେ କିଛି ଦିନ ହେବ ସୁଶାନ୍ତଙ୍କ ମାମଲା ବନ୍ଦ ରିପୋର୍ଟ ଦାଖଲ କରିବ ସିବିଆଇ ବୋଲି ଚର୍ଚ୍ଚା ଧରିଥିଲା । ଯାହାକୁ ଗୁରୁବାର ଖଣ୍ଡନ କରିଛି ସିବିଆଇ ଟିମ। ସିବିଆଇ ସ୍ପଷ୍ଟ କରିଛି ଯେ ସୁଶାନ୍ତଙ୍କ ମାମଲାର ଯାଞ୍ଚ ଏବେ ମଧ୍ୟ ଜାରି ଅଛି ।

ପ୍ରକାଶ ଥାଉକି ଏହା ପୂର୍ବରୁ ସୁଧୀର ଗୁପ୍ତାଙ୍କ ନେତୃତ୍ବରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏଆଇଏମ୍ଏସ୍ଏସ୍)ର ଫରେନ୍ସିକ ଟିମ୍ ଅଭିନେତାଙ୍କ ମୃତ୍ୟୁ ମାମଲାରେ ହତ୍ୟାକାଣ୍ଡକୁ ଖଣ୍ଡନ କରିଥିଲେ । ଯାହା ଉପରେ ମୋହର ମାରିଥିଲା ସିବିଆଇ । ହେଲେ ଏବେ ତାଙ୍କ ଆତ୍ମହତ୍ୟାର କାରଣ ଜାଣିବାକୁ ଯାଞ୍ଚ କରୁଛି ସିବିଆଇ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.