ETV Bharat / sitara

ଦୁବାଇରେ ‘ରାଧେ’ର ଆଡଭାନ୍ସ ବୁକିଂ ଆରମ୍ଭ

ଇଦରେ ରିଲିଜ ହେବ ଫିଲ୍ମ ‘ରାଧେ’ । ଦେଶରେ ଡିଜିଟାଲ ରିଲିଜ ହେବାକୁ ଯାଉଥିବା ବେଳେ ବିଦେଶରେ ହଲରେ ଫିଲ୍ମ ଦେଖିବେ ଦର୍ଶକ ।

author img

By

Published : May 3, 2021, 7:41 AM IST

ଫଟୋ ସୌଜନ୍ୟ: ଟ୍ବିଟର@ସଲମାନ ଖାନ
ଫଟୋ ସୌଜନ୍ୟ: ଟ୍ବିଟର@ସଲମାନ ଖାନ

ମୁମ୍ବାଇ: ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ’ ବଡ ପରଦାରେ ଦେଖିବାକୁ ଏକ୍ସାଇଟେଡ ଅଛନ୍ତି ଦର୍ଶକ । ଏବର୍ଷ ଇଦରେ ଫିଲ୍ମକୁ ହଲରେ ରିଲିଜ କରିବାର ନିଷ୍ପତ୍ତି ନେଇଛନ୍ତି ସଲମାନ । ଇତିମଧ୍ୟରେ ଆଉ ଏକ ଘୋଷଣା କରିଛନ୍ତି ସଲମାନ । ସେ ରବିବାର ଜଣାଇଥିଲେ ଯେ ‘ରାଧେ’ ଫିଲ୍ମର ଆଡଭାନ୍ସ ବୁକିଂ ସଂଯୁକ୍ତ ଆରବ ଏମିରେଟ୍ସରେ ଆରମ୍ଭ ହୋଇଯାଇଛି । କାରଣ ଇଦ ଅବସର ତଥା ଏମାସ 13ରେ ଫିଲ୍ମ ବିଶ୍ବ ସ୍ତରରେ ରିଲିଜ ହେବାକୁ ଯାଉଛି ।

ବିଦେଶରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହେବା ସୂଚନା ଦେଇ ସଲମାନ ଟ୍ବିଟରେ ଲେଖିଥିଲେ, ‘ହ୍ୟାସଟ୍ୟାଗ ରାଧେର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଆରମ୍ଭ ଫର୍ ଦ ୟୁଏଇ । ଭେଟିବା ସିନେମାହଲରେ । ସୁରକ୍ଷିତ ରୁହନ୍ତୁ ।’

ଏହାସହ ସଲମାନ ‘ରାଧେ’ର ନୂଆ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ଦିଶା ପଟାନୀଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ଠିଆ ହୋଇଥିବାର ନଜର ଆସୁଛନ୍ତି ।

ପ୍ରକାଶ ଥାଉକି ପ୍ରଭୁଦେବା ଦ୍ବାରା ନିର୍ଦ୍ଦେଶିତ ‘ରାଧେ’ ପ୍ରାୟ ଦେଶରେ ରିଲିଜ ହେବାକୁ ଯାଉଛି । କିନ୍ତୁ ଭାରତରେ କୋରୋନା ସଂକ୍ରମଣର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପ୍ରେକ୍ଷାଳୟରେ ଏହା ରିଲିଜ କରିବାର କୌଣସି ସମ୍ଭାବନା ଦେଖାଯାଉନାହିଁ । ହେଲେ ଫିଲ୍ମକୁ ଡିଜିଟାଲ୍ ଦେଖା ପାରିବେ ଦର୍ଶକ । ଫିଲ୍ମଟି 13ରେ ଜିପ୍ଲେକ୍ସ ପ୍ଲାଟଫର୍ମରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.