ETV Bharat / sitara

ଅମିତାଭଙ୍କୁ ମନେ ପଡିଲା 70 ଦଶକ କଥା, ଫିଲ୍ମ ରିଲିଜକୁ ନେଇ କହିଲେ ଏମିତି... - 70 ଦଶକ କଥା ମନେ ପକାଇଲେ ଅମିତାଭ

ବର୍ତ୍ତମାନ କୋରୋନା ପ୍ରକୋପ ପାଇଁ ଓଟିଟି ପ୍ଲାଟଫର୍ମରେ ରିଲିଜ ହେଉଛି ଅନେକ ଫିଲ୍ମ । ହେଲେ ଅମିତାଭଙ୍କୁ ଏବେ ମନେ ପଡିଯାଇଛି ହଲ୍‌ରେ 50 ସପ୍ତାହ ପର୍ଯ୍ୟନ୍ତ ଚାଲୁଥିବା ଫିଲ୍ମ କଥା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Apr 15, 2021, 11:48 AM IST

ମୁମ୍ବାଇ: ଅମିତାଭ ବଚ୍ଚନଙ୍କୁ ବର୍ତ୍ତମାନ ମନେ ପଡିଯାଇଛି 1970 ଦଶକ କଥା । ଯେତେବେଳେ ସେ ବଲିଉଡକୁ ଦେଇଥିଲେ ‘ଡନ୍’, ‘ତ୍ରିଶୁଲ’ ଏବଂ ‘ମୁକାଦର କା ସିକନ୍ଦର’ ସମେତ କିଛି ବଡ ହିଟ୍। ସେ ଅତୀତର ଫିଲ୍ମ ଗୁଡିକର ସଫଳତାକୁ ତୁଳନା କରିଛନ୍ତି । ଯେବେ ଫିଲ୍ମ ହଲ୍‌ରେ 50 ରୁ 100 ସପ୍ତାହ ପର୍ଯ୍ୟନ୍ତ ଚାଲୁଥିଲା । କାରଣ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମ ସଫଳତାର ନୂତନ ପାରାମିଟର ଗୁଡିକ ବ୍ୟାଖ୍ୟା କରୁଛି ।

ସେ ଇନଷ୍ଟାଗ୍ରାମରେ ନିଜର ଏକ ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘1970 ମସିହା ଯେବେ ଫିଲ୍ମ 50 ରୁ 100 ସପ୍ତାହ ପର୍ଯ୍ୟନ୍ତ ହଲ୍‌ରେ ଚାଲୁଥିଲା । ଡନ୍, କସମେଂ ୱାଦେ, ତ୍ରିଶୁଲ, ମୁକାଦର କା ସିକନ୍ଦର, ଗଙ୍ଗା କି ସୌଗନ୍ଦ ଭଳି ଫିଲ୍ମ । ସବୁ ଫିଲ୍ମ 50 ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା । ହେଲେ ଏବେ ଓଟିଟି ପ୍ଲାଟଫର୍ମରେ ଲକ୍ଷ ଲକ୍ଷ ସଫଳତାର ଗ୍ରାଫ୍ ହେଉଛି ।’

ପ୍ରକାଶ ଥାଉକି ଏବର୍ଷ ଅମିତାଭଙ୍କୁ ବ୍ୟାକ ଟୁ ବ୍ୟାକ ଫିଲ୍ମରେ ଦେଖିବାକୁ ମିଳିବ । ‘ଝୁଣ୍ଡ’, ‘ଚେହେରେ’, ‘ଗୁଡବାଏ’, ‘ମେ ଡେ’ ଭଳି ଫିଲ୍ମ । ଆସନ୍ତା 30 ତାରିଖରେ ରିଲିଜ ହୋଇଥାଆନ୍ତା ‘ଚେହେରେ’ । ହେଲେ ବଢୁଥିବା କୋରୋନା ସଙ୍କଟ ଦେଖି ମେକର୍ସ ବର୍ତ୍ତମାନ ଫିଲ୍ମର ରିଲିଜ ତାରିଖ ସ୍ଥଗିତ ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.