ମୁମ୍ବାଇ:ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମନୋରଞ୍ଜନ ବେଶ୍ କରନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରି ସମସ୍ତଙ୍କୁ ହସାଇଦିଅନ୍ତି । ଏଥର ମଧ୍ୟ ଏକ ମଜାଦାର କାହାଣୀ ଶୁଣାଇଛନ୍ତି ସେ । ଆଉ ଏବେ ଭାଇରାଲ ହେଉଛି ତାଙ୍କ ମାଇକେଲ ଜ୍ୟାକସନ ଅବତାର । ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ନିଜେ ଅମିତାଭ ।
ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ସେ ଅବିକଳ ଲୋକପ୍ରିୟ ପପ କିଙ୍ଗ ମାଇକେଲ ଜ୍ୟାକସନଙ୍କ ଅନ୍ଦାଜକୁ ନିଜର ଏକ ଫିଲ୍ମରେ କପି କରିବାକୁ ଚେଷ୍ଟା କରିଥିଲେ । ହେଲେ ଏଥିରେ ସେ ଫେଲ୍ ମାରିଥିଲେ । ଏକଥା ଆମେ କହୁନାହୁଁ ଏହା ସେ ଫଟୋର କ୍ୟାପସନରେ ଜଣାଇଛନ୍ତି ।
- " class="align-text-top noRightClick twitterSection" data="
">
ଆଉ ଲେଖିଛନ୍ତି, ‘ଯେତେବେଳେ ମୁଁ ମନମୋହନ ଦେସାଇ ହୋଇଥିଲି ଭାବିଥିଲି ଯେ ଫିଲ୍ମରେ ମାଇକେଲ ଜ୍ୟାକସନଙ୍କୁ ରିପ୍ଲେସ କରିବି । ହେଲେ ଯେପରି ଫେଲ୍ ହୋଇଛି ମୁଁ ଗଙ୍ଗା ଜମୁନା ସରସ୍ବତୀରେ ।’ ସେହିପରି ସେ ଫଟୋରେ ବ୍ଲାକ କଲର ଜ୍ୟାକେଟ ଓ ଲେଦର ପ୍ୟାଣ୍ଟ ପିନ୍ଧିଥିବାର ଦେଖାଯାଉଛନ୍ତି ।
ସେପଟେ ତାଙ୍କ ପୋଷ୍ଟରେ ବର୍ତ୍ତମାନ ସେଲିବ୍ରିଟି କମେଣ୍ଟ କରିବାରେ ଲାଗିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ରଣବୀର ସିଂ । ସେ କମେଣ୍ଟରେ ଲେଖିଛନ୍ତି, ‘ବାଃ କିଙ୍ଗ ।’