ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ଫ୍ୟାନ୍ସଙ୍କୁ ପାଇଁ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ଯାହା ଶୁଣି ଦୁଃଖି ହୋଇଯିବେ ଫ୍ୟାନ୍ସ । କୌଣସି ଚ୍ୟାରିଟି ପାଇଁ ଏକ କଳାକୃତିର ନକଲ କରିବାକୁ ନେଇ ସନ୍ନିଙ୍କୁ ସୋସିଆଲ ମିଡିଆରେ ଆଲୋଚନାର ଶିକାର ହେବାକୁ ପଡିଛି । ସନ୍ନିଙ୍କ ଯେଉଁ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେଥିରେ ସେ ଫ୍ରାନ୍ସର ଚିତ୍ରକାର ମଲିକା ଫାର୍ଭେଙ୍କ ପେଣ୍ଟିଂ ପାଖରେ ଠିଆ ହୋଇଛନ୍ତି ।
ଡାୟଟସବ୍ୟା ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫାର୍ଭେ ଓ ସନ୍ନିଙ୍କ ଫଟୋର ସ୍ନାପସଟକୁ ସେୟାର କରାଯାଇଛି। ଆଉ ଯେଉଁଥିରେ ଲେଖାଯାଇଛି, ‘ଆମେ ସମସ୍ତେ ଚ୍ୟାରିଟିର ସମର୍ଥନ କରୁଛୁ। ଶ୍ରେୟ ନଦେଇ କଳକାରର କଳାକୃତି ଚୋରାଇବା ଏବଂ ନିଜ ଚ୍ୟାରିଟି ପାଇଁ ନିଲାମ କରିବା ଆଦୌ ଭୁଲ କଥା।’
ଇନଷ୍ଟାଗ୍ରାମର ଏହି ପୋଷ୍ଟ ପରେ ସନ୍ନି ବିବାଦ ଘେରରେ ଆସିଯାଇଛନ୍ତି । ଅନ୍ୟପଟେ ଏହି ପୋଷ୍ଟର ସଙ୍ଗେ ସଙ୍ଗେ ଜବାବ ଦେଇ ସନ୍ନି ସୋସିଆଲ ମିଡିଆରେ ଲେଖିଥିଲେ ଯେ ସେ କୌଣସି ବାସ୍ତବ କଳାକୃତିର ନକଲ କରିନାହାଁନ୍ତି, ବରଂ ତାଙ୍କୁ ଗୋଟିଏ ଫଟୋ ଦିଆଯାଇଥିଲା । ଯାହାକୁ ଦେଖି ସେ ନିଜର ଏହି ପେଣ୍ଟିଂ ତିଆରି କରିଥିଲେ ।