ମୁମ୍ବାଇ: ଆକ୍ଟର ସନ୍ନି ଦେୱଲ ଗୁରୁବାର ନିଜର ଆଗାମୀ ଫିଲ୍ମ 'Gadar 2'ର ପ୍ରଥମ ଭାଗ ସୁଟିଂ ଶେଷ କରିଛନ୍ତି । ଏ ନେଇ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ମାତ୍ର ୨୫ ଦିନ ମଧ୍ୟରେ ସେ ଫିଲ୍ମର ପ୍ରଥମ ଭାଗର ସୁଟିଂକୁ ଶେଷ କରିଥିବା କହିଛନ୍ତି ।
ଏହି ଫିଲ୍ମଟି ଦେୱଲଙ୍କ ୨୦୦୧ ବ୍ଲକବଷ୍ଟର ଫିଲ୍ମ "Gadar: Ek Prem Katha"ର ଦ୍ବିତୀୟ ଭାଗ । ଏଭଳି ଏକ ସୁନ୍ଦର ଭୂମିକାକୁ ପୁଣି ଥରେ ପରଦାକୁ ଆଣିଥିବାରୁ ସନ୍ନି ନିଜକୁ ଭାଗ୍ୟବାନ ମଣୁଥିବା କହିଛନ୍ତି । ସେ ସୁଟିଂ ଶେଷ ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି ଯେ, " ୨୦ ବର୍ଷ ତଳେ ତାରା ସିଂଙ୍କୁ ଉପସ୍ଥାପନା କରୁଛି । 'ଗଦର-୨' ଫିଲ୍ମର ପ୍ରଥମ ଭାଗ ସୁଟିଂ ଶେଷ ହୋଇଛି ।" ଏହି ଭୂମିକାକୁ ଆଉ ଥରେ ଜୀବିତ କରାଇ ସେ ବେଶ ଖୁସିଥିବା କହିଛନ୍ତି ।
ଏହି ଫିଲ୍ମର ପ୍ରଥମ ଭାଗରେ ତାରା ସିଂଙ୍କ କାହାଣୀକୁ ବର୍ଣ୍ଣିତ କରାଯାଇଥିଲା । ଏଥିରେ ଶିଖ ଧର୍ମାବଲମ୍ବୀ ତାରା ଜଣେ ପାକିସ୍ତାନୀ ମୁସଲିମ ଝିଅ ସକିନାର ପ୍ରେମରେ ପଡ଼ିଥିଲେ । ତେବେ ସୂଚନା ଥାଉ କି ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଫିଲ୍ମ ମେକର ଅନିଲ ଶର୍ମା । ସେ ପ୍ରଥମ ଭାଗରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।
ଏହି ଫିଲ୍ମଟି ଆସନ୍ତା ୨୦୨୨ ମସିହାରେ ରିଲିଜ ହେବ । ଦର୍ଶକ ଏଥିରେ ପୁଣି ଦେୱଲ ଓ ଅମିଷା ପଟେଲଙ୍କୁ ଏକାଠି ଦେଖିବେ । ପ୍ରଥମ ଭାଗରେ ମଧ୍ୟ ଏହି ଯୋଡ଼ି ଅଭିନୟ କରିଥିଲେ ।
@PTI