ETV Bharat / sitara

ସୁମନ ରାଓ ଫେମିନା ମିସ ଇଣ୍ଡିଆ-2019, ଅତିଥି ଥିଲେ ଦୌଡରାଣୀ

ରାଜସ୍ଥାନର 20 ବର୍ଷିୟ ସୁମନ ରାଓ ହୋଇଛନ୍ତି ଫେମିନା ମିସ ଇଣ୍ଡିଆ-2019 । 28 ରାଜ୍ୟର ସୁନ୍ଦରୀଙ୍କୁ ପଛରେ ପକାଇ ତାଜ ହାସିଲ କରିଛନ୍ତି ସୁମନ । ଅନ୍ୟପକ୍ଷେ ଫିନାଲେ ଅତିଥି ଭାବେ ଯୋଗ ଦେଇଥିଲେ ଓଡିଆ ଝିଅ ଦୂତୀ ଚାନ୍ଦ ।

author img

By

Published : Jun 16, 2019, 9:32 AM IST

ଫଟୋ ସୌଜନ୍ୟ: ଟ୍ବିଟର/@feminamissindia

ହାଇଦ୍ରାବାଦ: ସରିଛି ଫେମିନା ମିସ ଇଣ୍ଡିଆର ଗ୍ରାଣ୍ଡ ଫିନାଲେ । ମିସ ଇଣ୍ଡିଆର ତାଜ ପିନ୍ଧିଛନ୍ତି ରାଜସ୍ଥାନର ସୁମନ ରାଓ । ଗତ ଶନିବାର(15 ଜୁନ) ମୁମ୍ବାଇର ସରଦାର ବଲ୍ଲଭ ଭାଇ ପଟ୍ଟେଲ ଷ୍ଟାଡିୟମରେ ଆୟୋଜନ କରାଯାଇଥିଲା ଗ୍ରାଣ୍ଡ ଫିନାଲେ । ରାତି 8ଟାରୁ ଆରମ୍ଭ ହୋଇଥିବା ଫିନାଲେକୁ ନିର୍ଦ୍ଦେଶକ କରନ ଜୋହର, ଅଭିନେତା ମନିଷ ପଲ ଓ 2017 ମିସ ୱାର୍ଲ୍ଡ ମାନୁଷୀ ଚିଲର ହୋଷ୍ଟ କରିଥିଲେ ।

duttee chand
ଫଟୋ ସୌଜନ୍ୟ: ଟ୍ବିଟର/@feminamissindia

କାର୍ଯ୍ୟକ୍ରମରେ ବଲିଉଡର ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ ଓ ତାଙ୍କ ସହ ସାମିଲ ହୋଇଥିଲେ ଓଡିଆ ଝିଅ ଦୌଡରାଣୀ ଦୂତୀ ଚାନ୍ଦ । କୋରିଓଗ୍ରାଫର ରେମୋ ଡି' ସୋଜା, ହ୍ୟୁମା କ୍ୟୁରେସୀ, ଚିତ୍ରାଙ୍ଗଦା ସିଂହ, ଫାଲଗୁନି ସେନ, ଫୁଟବଲ ଖେଳାଳୀ ସୁନୀସ ଛେତ୍ରୀ ମଧ୍ୟ ଯୋଗ ଦେଇଥିଲେ । ଫିନାଲେରେ ଶୋ କୁ ଜର୍ଜ କରିଥିଲେ ନିର୍ଦ୍ଦେଶକ ମୁକେଶ ଛାବଡା, ଅଭିନେତ୍ରୀ ଦିୟା ମିର୍ଜା ଓ ନେହା ଧୂପିଆ ।

suman rao
ଫଟୋ ସୌଜନ୍ୟ: ଟ୍ବିଟର/@feminamissindia

2019 ବିଜୟିନୀ ସୁମନ 7 ଡିସେମ୍ବରରେ ଥାଇଲାଣ୍ଡରେ ହେବାକୁ ଥିବା ମିସ ୱାର୍ଲ୍ଡରେ ଭାରତର ପ୍ରିତନିଧିତ୍ବ କରିବେ । ତେବେ ସୁମନଙ୍କ ପରେ ପ୍ରଥମ ରନର୍ସଅପ ହୋଇଥିଲେ ଉତ୍ତରପ୍ରଦେଶର ଶିନତା ଚୌହାନ ବନିନ ଓ ଦ୍ବିତୀୟ ରନର୍ସଅପ ହୋଇଥିଲେ ତେଲେଙ୍ଗାନାର ସଞ୍ଜନା ବିଜ । ଏହା ବ୍ୟତିତ ଛତିଶଗଡର ଶିବାନୀ ଯାଦବ ଫେମିନା ମିସ ଗ୍ରାଣ୍ଡ ହୋଇଥିବା ବେଳେ ବିହାରର ଶ୍ରେୟା ଶଙ୍କର ମିସ ଇଣ୍ଡିଆ ୟୁନାଇଟେଡ କଣ୍ଟିନେଣ୍ଟସର ଟାଇଟଲ ଜିତିଥିଲେ ।

femina miss india-2019
ଫଟୋ ସୌଜନ୍ୟ: ଟ୍ବିଟର/@feminamissindia

56ତମ ଫେମିନା ମିସ ଇଣ୍ଡିଆରେ ଏଥର 29 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ସୁନ୍ଦରୀ ଭାଗ ନେଇଥିଲେ । ଫିନାଲେରେ ନିଜ ଡ୍ୟାନ୍ସର ଯାଦୁ ଦେଖାଇଥିଲେ କ୍ୟାଟ୍ରିନା କୈଫ, ଭିକି କୌଶଲ ଓ ମୌନୀ ରୟ ।

Intro:Body:

fafa

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.