ETV Bharat / sitara

ହାଇଦ୍ରାବାଦରେ ଖିଲଜୀ

author img

By

Published : Oct 8, 2019, 3:25 PM IST

‘ସୂର୍ଯ୍ୟବଂଶୀ’ର କ୍ଲାଇମେକ୍ସ ସୁଟିଂ ପାଇଁ 20 ଦିନ ହାଇଦ୍ରାବାଦରେ ରହିବେ ଅଭିନେତା ରଣବୀର ସିଂ । ଫିଲ୍ମରେ ଅକ୍ଷୟ କୁମାରଙ୍କ ଜବରଦସ୍ତ ଆକ୍ସନ ସିନ ଦେଖିବାକୁ ମିଳିବ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ ଫ୍ୟାନକ୍ଲବ

ମୁମ୍ବାଇ: ବଲିଉଡର ଏନର୍ଜେଟିକ ଆକ୍ଟର ରଣବୀର ସିଂ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆଗାମୀ ଆକ୍ସନ ଫିଲ୍ମ ‘ସୂର୍ଯ୍ୟବଂଶୀ’ ପାଇଁ ହାଇଦ୍ରାବାଦ ଯାଉଛନ୍ତି । ମୁମ୍ବାଇ ଏୟାରପୋର୍ଟରେ ରଣବୀରଙ୍କ କୁଲ ଗେଟଅପ ଦେଖିବାକୁ ମିଳିଥିଲା । ପାଖାପାଖି ସେ 20 ଦିନ ପର୍ଯ୍ୟନ୍ତ ଫିଲ୍ମର ସୁଟିଂ ହାଇଦ୍ରାବାଦରେ କରିବେ ।

ଏହି ଫିଲ୍ମରେ ଖିଲାଡି ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିବେ । ଯାହାର ସୁଟିଂ କିଛି ମାସ ପୂର୍ବରୁ ଆରମ୍ଭ କରିଥିଲେ ଅକ୍ଷୟ । ପୁଣିଥରେ ପରଦାରେ ଅକ୍ଷୟ ଓ କ୍ୟାଟ୍ରିନା କୈଫଙ୍କ ଯୋଡି ଦେଖିବାକୁ ମିଳିବ । ଫିଲ୍ମର କ୍ଲାଇମେକ୍ସରେ ଅକ୍ଷୟ ଓ ରଣବୀରଙ୍କ ବ୍ୟତୀତ ବି-ଟାଉନର ସିଂଘମ ଅଜୟ ଦେବଗନ ମଧ୍ୟ ନଜର ଆସିବେ । ଯାହାକୁ ନେଇ ଖୁବ୍ ଏକ୍ସାଇଟେଡ ଫ୍ୟାନ୍ସ ।

ପ୍ରକାଶ ଥାଉକି ରଣବୀର ନିଜର ଆଗାମୀ ଫିଲ୍ମ ‘83’ର ପାଇଁ ଦୀର୍ଘ ସମୟରୁ ଚର୍ଚ୍ଚାରେ । ଫିଲ୍ମରେ ରଣବୀର କ୍ରିକେଟ ଲେଜେଣ୍ଡ କପିଲ ଦେବଙ୍କ ଭୂମିକାରେ ଅଭିନୟ କରିବେ । ଯାହା ପାଇଁ ସେ କ୍ରିକେଟ ଖେଳିବାର ଟ୍ରେନିଂ ମଧ୍ୟ ନେଇଥିଲେ । ଫିଲ୍ମର ସୁଟିଂ ଶେଷ କଲା ପରେ ଗତ ରାତିରେ ‘83’ ଷ୍ଟାର-କାଷ୍ଟଙ୍କ ସହ ଏକ ଶାନଦାର ପାର୍ଟିରେ କରିଥିଲେ।

ଫିଲ୍ମ ସୁଟିଂ ଶେଷ ହେବା ଅବସରରେ ରଣବୀରଙ୍କ ପତ୍ନୀ, ଅଭିନେତ୍ରୀ ଦୀପିକା ପାଦୁକୋନ ଫିଲ୍ମ ଟିମଙ୍କ ପାଇଁ ପାର୍ଟିର ଆୟୋଜନ କରିଥିଲେ । ବିବାହ ପରେ ଏହି ଯୋଡି ‘83’ ଫିଲ୍ମରେ ପ୍ରଥମଥର ଏକାଠି ଅଭିନୟ କରୁଥିବାର ଦେଖାଯିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.