ETV Bharat / sitara

ଫିଲ୍ମ ‘ରାଧେଶ୍ୟାମ’ରେ ନିଜ କ୍ରସ୍ ସହ କାମ କରିବେ ପ୍ରଭାସ

author img

By

Published : Nov 3, 2020, 2:59 PM IST

ଭାଗ୍ୟଶ୍ରୀଙ୍କୁ ନେଇ ଖୁସି ଅଛନ୍ତି ପ୍ରଭାସ । ତାଙ୍କ ଚର୍ଚ୍ଚିତ ଫିଲ୍ମ ‘ରାଧେଶ୍ୟାମ’ରେ ମା' ଭୂମିକାରେ ଅଭିନୟ କରିବେ ଭାଗ୍ୟଶ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ‘ବାହୁବଳୀ’ ଫେମ ପ୍ରଭାସ ନିଜ ଅପକମିଂ ଫିଲ୍ମ ‘ରାଧେଶ୍ୟାମ’କୁ ନେଇ ଉତ୍ସାହିତ । ସେପଟେ ଫ୍ୟାନ୍ସ ମଧ୍ୟ ଏହି ଫିଲ୍ମ ଖୁବ୍ ଏକ୍ସାଇଟେଡ । ନିକଟରେ ତାଙ୍କ ଜନ୍ମଦିନରେ ଫିଲ୍ମର ମୋଶନ ପୋଷ୍ଟର ଜାରି କରିଥିଲେ ମେକର୍ସ । ଇତିମଧ୍ୟରେ ପ୍ରଭାସଙ୍କ ଏକ ଖାସ୍ ସ୍ବପ୍ନ ପୂରଣ ହେବାକୁ ଯାଉଛି । ଯାହା ସେ ଦୀର୍ଘ ସମୟରୁ ଦେଖୁଥିଲେ । ଆଜ୍ଞା ହଁ, ସେ ପରଦାରେ ନିଜ କ୍ରସ୍‌ଙ୍କ ସହ କାମ କରିବେ । ଆଉ ଏହି କ୍ରସ୍ ହେଲେ ବି-ଟାଉନର ଅଭିନେତ୍ରୀ ଭାଗ୍ୟଶ୍ରୀ ।

ଫିଲ୍ମରେ ପ୍ରଭାସଙ୍କ ମା' ଅବତରାରେ ନଜର ଆସିବେ ଭାଗ୍ୟଶ୍ରୀ । ପ୍ରଥମେ ନିଜ ରୋଲକୁ ନେଇ ଦ୍ବନ୍ଦରେ ଥିଲେ ସେ, ହେଲେ ନିର୍ଦ୍ଦେଶକ ରାଧା କ୍ରିଷ୍ଣା କୁମାର ତାଙ୍କୁ ବିଶ୍ବାସ ଦେଲେ ଯେ ତାଙ୍କ ରୋଲକୁ ପସନ୍ଦ କରିବେ ଦର୍ଶକ । ଯାହାପରେ ସେ ଫିଲ୍ମରେ କାମ କରିବାକୁ ରାଜି ହୋଇଛନ୍ତି ।

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ପ୍ରଥମଥର କାମ କରିବାକୁ ନେଇ ଉତ୍ସାହିତ ଥିବା ଭାଗ୍ୟଶ୍ରୀ କହିଛନ୍ତି, ‘ତାଙ୍କ ଡେବ୍ୟୁ ଫିଲ୍ମ ମୈନେଁ ପ୍ୟାର କିୟାର ବଡ ପ୍ରଶଂସକ ପ୍ରଭାସ।’ ସେପଟେ ପ୍ରଭାସ ମଧ୍ୟ ଏକ ସାକ୍ଷାତକାରରେ ଜଣାଇଛନ୍ତି, ‘ପରଦାରେ ମୋ କ୍ରସ୍ ସହ କାମ କରିବାକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି।’

ପ୍ରକାଶ ଥାଉକି ‘ରାଧେଶ୍ୟାମ’ରେ ପ୍ରଭାସଙ୍କ ସହ ରୋମାନ୍ସ କରିବେ ଅଭିନେତ୍ରୀ ପୂଜା ହେଗଡେ । ସେହିପରି ଫିଲ୍ମରେ ସତ୍ୟରାଜ, କୁନାଲ ରାୟ କପୁର, ଶାଶା ଛେତ୍ରୀ, ପ୍ରିୟଦର୍ଶୀ ପୁଲକୋଣ୍ଡା ମଧ୍ୟ ନଜର ଆସିବେ । ଆସନ୍ତା ବର୍ଷ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.