ETV Bharat / sitara

କୋରୋନା ଭୟ: ଦୁବାଇରେ ରହିବେ ସୋନୁ ନିଗମ - କୋରୋନା ଭାଇରସ ସୁରକ୍ଷିତ

ଭାରତରେ କୋରୋନା ଭାଇରସ ପାଇଁ ଅନେକ ଲୋକଙ୍କ ଜୀବନ ଚାଲିଗଲାଣି। ଏହାକୁ ଦୃଷ୍ଟି ରଖି ବର୍ତ୍ତମାନ ଦୁବାଇରେ ରହିବାର ନିଷ୍ପତ୍ତି ନେଇଛନ୍ତି ସୋନୁ ନିଗମ।

sonu nigam
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ନିଗମ
author img

By

Published : Mar 21, 2020, 3:17 PM IST

ମୁମ୍ବାଇ: ଲୋକପ୍ରିୟ ଗାୟକ ସୋନୁ ନିଗମ ଏବେ ଫ୍ୟାମିଲି ସହ ଦୁବାଇରେ ଅଛନ୍ତି। ବର୍ତ୍ତମାନ ପୁରା ବିଶରେ କୋରୋନା ଭାଇରସ ଆତଙ୍କ ଦେଖିବାକୁ ମିଳୁଛି। ଏହି ଭାଇରସ ପ୍ରକୋପରୁ କୌଣସି ଦେଶ ଲୁଚି ନାହିଁ । ଏମିତି ପରିସ୍ଥିତିରେ ସୋନୁ ଫ୍ୟାମିଲି ସହ ଦୁବାଇରେ ଆଉ କିଛି ଦିନ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

କୋରୋନାରୁ ସୁରକ୍ଷିତ ରହିବା ପାଇଁ ସେ ଏବଂ ତାଙ୍କ ପୁରା ପରିବାର ନିଜକୁ ଆଇସୋଲେଟ କରିଦେଇଛନ୍ତି। ପ୍ରକାଶ ଥାଉକି ସୋନୁଙ୍କ ଲାଡଲା ନିଭାନ ଦୁବାଇରେ ପାଠ ପଢୁଛନ୍ତି। ସେଠାରେ ମଧ୍ୟ ସବୁ ସ୍କୁଲ ବର୍ତ୍ତମାନ ବନ୍ଦ ଅଛି। ତେଣୁ ସୋନୁ ପରିବାର ସହ ଏପରି ପରିସ୍ଥିତିରେ ସମୟ ବିତାଇବାକୁ ସ୍ଥିର କରିଛନ୍ତି ।

ପ୍ରକାଶ ଥାଉକି ଭାରତରେ ମଧ୍ୟ ଏହି ସଂକ୍ରମଣରେ ଅନେକ ଲୋକ ସଂକ୍ରମିତ ହୋଇସାରିଲେଣି । ଏଯାବତ ସଂକ୍ରମିତଙ୍କ ସଂଖ୍ୟା 271ରେ ପହଞ୍ଚିଲାଣି । ଏଥିରୁ ସୁରକ୍ଷିତ ରହିବାକୁ ଅନେକ ପ୍ରୟାସ ଚାଲିଛି । ଆସନ୍ତା କାଲି(ରବିବାର) ପିଏମ ମୋଦିଙ୍କ ଦ୍ବାରା ଘୋଷଣା ହୋଇଥିବା ଜନତା କର୍ଫ୍ୟୁ ସକାଳ 7ରୁ ନେଇ ରାତି 9 ପର୍ଯ୍ୟନ୍ତ ଲାଗୁ ହେବ । ଏହାକୁ ପାଳନ କରିବାକୁ ମୋଦିଙ୍କ ଦ୍ବାରା ଗୁରୁବାର ଅପିଲ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.