ETV Bharat / sitara

ସୋନମଙ୍କୁ ଲକି ଚାର୍ମ କହିଲେ ଶାହରୁଖ, ଦେଖନ୍ତୁ ଭିଡିଓ

author img

By

Published : Sep 3, 2019, 8:38 PM IST

ସେପ୍ଟେମ୍ବର 20ରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ପ୍ରଥମ ଗୀତ ଜାରି ହୋଇଯାଇଛି । ଗୀତରେ ସୋନମଙ୍କ ଯାଦୁ ବିଷୟରେ ବଖାଣିଲେ କିଙ୍ଗ ଖାନ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର

ମୁମ୍ବାଇ: ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ବଲିଉଡ ଡିଭା ସୋନମ କପୁର ଓ ସାଉଥ ଅଭିନେତା ଦିଲକର ସଲମାନଙ୍କ ଅଭିନୀତ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ । ନିକଟରେ ରିଲିଜ ହୋଇଥିବା ଏହି ଫିଲ୍ମର ଦମଦାର ଟ୍ରେଲର ପରେ ଏବେ ରିଲିଜ ହୋଇଯାଇଛି ଫିଲ୍ମର ପ୍ରଥମ ଗୀତ ‘ଲକି ଚାର୍ମ’ । ଫିଲ୍ମର କାହାଣୀକୁ ନେଇ ଆଧାରିତ ଏହି ଗୀତ ।

ପ୍ରଥମେ ଏହି ଗୀତରେ ସୁପରଷ୍ଟାର ଶାହରୁଖ ଖାନଙ୍କ ସ୍ବର ଶୁଣିବାକୁ ମିଳୁଛି। ଆଉ ଜୋୟା କିପରି ଭାରତୀୟ କ୍ରିକେଟ ଟିମ ପାଇଁ ଲକି ସେହି କାହାଣୀ ଦର୍ଶକଙ୍କୁ କହୁଥିବାର ନଜର ଆସୁଛନ୍ତି । 1983 ଜୁନ 25ରେ ଯେତେବେଳେ ଭାରତ ପ୍ରଥମଥର ବିଶ୍ବକପ ହାତରେ ଧରିଥିଲା ଠିକ୍ ସେହି ସମୟରେ ଜୋୟା ଜନ୍ମ ହୋଇଥିଲା ।

କ୍ରିକେଟ ପ୍ରେମୀ ତାଙ୍କ ପିତା ଭାରତ ବିଶ୍ବକପ ଜିତିବା କ୍ରେଟିଡ ତାଙ୍କ ଝିଅକୁ ଦେଇଥିଲେ। ଏହା ପର ଠାରୁ ଜୋୟା ଭାରତ କ୍ରିକେଟ ଟିମର ଲକି ଚାର୍ମ ସାଜିଥିଲେ । ଆଉ ସେ ଯେବେ ଯେବେ ମଧ୍ୟ କ୍ରିକେଟରଙ୍କ ସହ ସାକ୍ଷାତ କରୁଥିଲେ ଭାରତ ସେହି ସମୟରେ ଯେକୌଣସି ମ୍ୟାଚରେ ବିଜୟ ହାସଲ କରୁଥିଲେ ବୋଲି କହୁଛନ୍ତି ଶାହରୁଖ ।

  • " class="align-text-top noRightClick twitterSection" data="">

‘ଲକି ଚାର୍ମ’ ଗୀତରେ ମଧ୍ୟ ଏହି କାହାଣୀ ଦେଖିବାକୁ ମିଳୁଛି । ଗୀତଟିକୁ ରଘୁବୀର ଯାଦବ ଓ ଶଙ୍କର ମହାଦେବନ ଗାଇଥିବା ବେଳେ ଏହାକୁ କମ୍ପୋଜ କରିଛନ୍ତି ଶଙ୍କର ଈଶାନ ଲୋୟ । ଗୀତ ରିଲିଜ ହେବା ଅବସରରେ ସୋନମ ଟ୍ବିଟର ଆକାଉଣ୍ଟରେ ଫ୍ୟାନ୍ସଙ୍କ ପାଇଁ ଗୀତର ଲିଙ୍କ୍ ସେୟାର କରିଛନ୍ତି।

ପ୍ରକାଶ ଥାଉକି ଏହି ଫିଲ୍ମରେ ତାଙ୍କ ପିତା ଭୂମିକାରେ ନଜର ଆସିବେ ତାଙ୍କ ଦାଦା ଅର୍ଥାତ୍ ଅଭିନେତା ସଞ୍ଜୟ କପୁର। ଏହା ସହ କ୍ରିକେଟର ରୂପେ ଅଭିନୟ କରୁଥିବାର ଦେଖାଯିବେ ଅଭିନେତା ଅଙ୍ଗଦ ବେଦୀ । ଫିଲ୍ମଟି ସେପ୍ଟେମ୍ବର 20ରେ ରିଲିଜ ହେବାକୁ ଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.