ETV Bharat / sitara

ଫିଲ୍ମ ଫେୟାର ଆୱାର୍ଡ୍ସକୁ ନେଇ ରାଗିଲେ ୟୁଜର୍ସ

author img

By

Published : Feb 18, 2020, 3:41 PM IST

65ତମ ଫିଲ୍ମଫେୟର ଆୱାର୍ଡକୁ ନେଇ ଅସନ୍ତୋଷ କିଛି କଳାକାର । କେବଳ କଳାକାର ନୁହେଁ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଟ୍ବିଟ କରି ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି।

indian film awards
ଡିଜାଇନ ଫଟୋ

ମୁମ୍ବାଇ: ନିକଟ ଫିଲ୍ମ ଦୁନିଆର ସବୁଠାରୁ ବଡ ଆୱାର୍ଡ ଶୋ 65ତମ ଫିଲ୍ମଫେୟରର ଆୟୋଜନ ଗୌହାଟୀରେ ହୋଇଯାଇଛି। ଯେଉଁଥିରେ ଅନେକ ଷ୍ଟାର୍ସ ଏବଂ ଅନେକ ଫିଲ୍ମକୁ ଆୱାର୍ଡ ଦିଆଯାଇଛି। ଏହିକ୍ରମରେ ‘ଗଲି ବୟ’ ସର୍ବଶ୍ରେଷ୍ଠ ସହ-ଅଭିନେତା, ସର୍ବଶ୍ରେଷ୍ଠ ଅଭିନେତା(ରଣବୀର ସିଂ), ସର୍ବଶ୍ରେଷ୍ଠ ଅଭିନେତ୍ରୀ(ଆଲିୟା ଭଟ୍ଟ) ପୁରସ୍କାର ଜିତିବାରେ ସଫଳ ହୋଇଛି।

ଅନ୍ୟପଟେ ଆୟୁଷ୍ମାନ ଖୁରାନାଙ୍କ ହିଟ୍ ଫିଲ୍ମ ‘ଆର୍ଟିକଲ 15’ ସର୍ବଶ୍ରେଷ୍ଠ ଫିଲ୍ମ-କ୍ରିଟିକ୍ସ, ସର୍ବଶ୍ରେଷ୍ଠ କାହାଣୀ ଓ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛି। ସେହିପରି ତାପସୀ ପନ୍ନୁ ଓ ଭୂମି ପେଡନେକରଙ୍କୁ ‘ଷାଣ୍ଢ କି ଆଖଁ’ ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଦିଆଯାଇଛି। ହେଲେ ଏହି ପୁରସ୍କାର ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ୟୁଜର୍ସଙ୍କ ରାଗ ନକହିଲେ ସରେ। ତାଲିକା ଦେଖି ଅସନ୍ତୋଷ ନଜର ଆସୁଛନ୍ତି ୟୁଜର୍ସ।

କିଛି ୟୁଜର୍ସଙ୍କ ଅନୁଯାୟୀ ଫିଲ୍ମ ‘ମଣିକର୍ଣ୍ଣିକା’, ‘କେଶରୀ’ ଭଳି ଆଉ ଅନ୍ୟ ଫିଲ୍ମକୁ ପୁରସ୍କାର ନମିଳିବା ନୈରାଶ୍ୟଜନକ ବୋଲି କହିଛନ୍ତି। ଏହାକୁ ଆଧାର କରି ବର୍ତ୍ତମାନ ସୋସିଆଲ ମିଡିଆରେ #BoycottFilmFareAwards ଟ୍ରେଣ୍ଡ କରାଇଛନ୍ତି ୟୁଜର୍ସ । କେବଳ ୟୁଜର୍ସ ନୁହେଁ କିଛି କଳାକାର ମଧ୍ୟ ଏହା ବିରୋଧରେ ସାମ୍ନାକୁ ଆସିଛନ୍ତି।

#BoycottFilmFareAwards ଟ୍ରେଣ୍ଡ କରାଇବା ତାଲିକାରେ ସର୍ବପ୍ରଥମ ନାମ କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କ ଦେଖିବାକୁ ମିଳୁଛି। ଯିଏ ସବୁବେଳେ ସୋସିଆଲ ମିଡିଆରେ ବିବାଦୀୟ ବୟାନ ଦେବା ପାଇଁ ଚର୍ଚ୍ଚାରେ ରୁହନ୍ତି ।

ପୁରସ୍କାର ଘୋଷଣା ହେବା ପରେ ସେ ଏକ ଟ୍ବିଟ କରି ଲେଖିଥିଲେ, ‘ଯେବେ ଛିଛୋରେ ଭଳି ଓରିଜନଲ ଷ୍ଟୋରି ଆଉ ସ୍କ୍ରିନପ୍ଲେ ଭଳି ଫିଲ୍ମ ଛୁଆଙ୍କ ପାଇଁ ଭଲ କୁହାଯାଇଛି। ତାହାଲେ ଆମକୁ ଏହା ସ୍ବୀକାର କରିବାକୁ ପଡିବ ଆମେ ଗମ୍ଭୀରତା ରୂପେ ପରିବାରବାଦରେ ବଞ୍ଚୁଛେ। ରାଧିକା ମଦନଙ୍କ ପରିବର୍ତ୍ତେ ଅନନ୍ୟା ପାଣ୍ଡେଙ୍କୁ ସର୍ବଶ୍ରେଷ୍ଠ ଡେବ୍ୟୁ ପୁରସ୍କାର ଦିଆଯାଇଛି। କାରଣ ତାଙ୍କ ପାଖରେ ସେଲିବ୍ରିଟି ମାତା-ପିତା ଅଛନ୍ତି।

ରଙ୍ଗୋଲୀଙ୍କ ବ୍ୟତୀତ ସଙ୍ଗୀତକାର ମନୋଜ ମୁନ୍ତାଶିର ମଧ୍ୟ ଟ୍ବିଟରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ‘କେଶରୀ’ ଫିଲ୍ମର ତାଙ୍କ ଚର୍ଚ୍ଚିତ ଗୀତ ‘ତେରି ମଟ୍ଟି’ଙ୍କୁ ପଛରେ ରଖାଯାଇ ‘ଗଲି ବୟ’ର ଗୀତ ‘ଆପନା ଟାଇମ ଆୟେଗା’କୁ ସର୍ବଶ୍ରେଷ୍ଠ ଗୀତ ପୁରସ୍କାର ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.