ETV Bharat / sitara

ଅମିତଙ୍କ ପାଇଁ ଇମୋଶନାଲ ପୋଷ୍ଟ କଲେ ସ୍ମୃତି ଇରାନୀ

ସୋସିଆଲ ମିଡିଆରେ ଭାଇରାଲ ହେଲା ସ୍ମୃତି ଇରାନୀଙ୍କ ନୂଆ ପୋଷ୍ଟ । ଏଥର ସେ କୌଣସି ରାଜନୀତି ବିଷୟରେ ନୁହେଁ ନିଜର ଭାଇ ମାନୁଥିବା ଅଭିନେତା ଅମିତା ସାଦଙ୍କ ଖୁବ୍ ପ୍ରଶଂସା କରିଛନ୍ତି ।

author img

By

Published : Jun 29, 2020, 4:42 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ତଥା ପୂର୍ବତନ ଟିଭି ଅଭିନେତ୍ରୀ ସ୍ମୃତି ଇରାନୀ ଫେମସ ଅଭିନେତା ଅମିତ ସାଦଙ୍କ ପ୍ରଶଂସାରେ । ସେ ସୋସିଆଲ ମିଡିଆରେ ଅମିତଙ୍କ ଜବରଦସ୍ତ ପ୍ରଶଂସା କରି ଚର୍ଚ୍ଚାରେ ଆସିଛନ୍ତି । ସେ ଅମିତଙ୍କୁ ନିଜର ବ୍ରଦର ଫର୍ମ ଆନଅଦର ମଦର ଭାବନ୍ତି । ଅମିତଙ୍କ ସଂଘର୍ଷ କରିବା ଏବଂ ସେଥିରେ ସଫଳତା ପାଇବା ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି । ଏହି ପୋଷ୍ଟ ଜରିଆରେ ସେ ଅମିତଙ୍କ ଭାବନାତ୍ମକ ଶକ୍ତି ବଢାଇଥିବା ବେଳେ ନିଜେ ଭାବୁକ ନଜର ଆସିଛନ୍ତି ।

ସେପଟେ ଅମିତ ମଧ୍ୟ ଭଉଣୀ ସ୍ମୃତିଙ୍କ ଏହି ପୋଷ୍ଟର ଜବାବ ଶାନଦାର ଅନ୍ଦାଜରେ ଦେଇଛନ୍ତି । ଯାହାଦ୍ବାରା ଜଣାପଡୁଛି ଭାଇ-ଭଉଣୀଙ୍କ ଭଲ ବଣ୍ଡିଂ ବିଷୟରେ । ସ୍ମୃତି ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଅମିତାଙ୍କୁ ଆଶୀର୍ବାଦ, ପ୍ରେମ ଦେଇଛନ୍ତି । ଏହାସହ ସେ ଅମିତଙ୍କ ଫିଲ୍ମ ଯାତ୍ରା ‘ସୁଲତାନ’ରୁ ନେଇ ‘କାଇ ପୋ ଚେ’ର ଭୂମିକାର ଏକ ଭିଡିଓ ସେୟାର କରି ତାଙ୍କ ସହ ନିଜର ବଣ୍ଡିଂ ବିଷୟରେ ଆଲୋଚନା କରିଛନ୍ତି । ସେହିପରି ଅମିତ ମଧ୍ୟ ତାଙ୍କୁ ଏହି ସ୍ନେହ, ପ୍ରେମ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରକାଶ ଥାଉକି ଅମିତ ଖୁବଶୀଘ୍ର ୱେବ ସିରିଜ ‘ବ୍ରିଥ ଇନଟୁ ଦ ସ୍ୟାଡୋ’ରେ ନଜର ଆସିବେ । ଯାହା ଆମାଜନ ପ୍ରାଇମ ଭିଡିଓରେ ଦେଖିବାକୁ ମିଳିବ । ନିକଟରେ ଏହି ସିରିଜରୁ ଅମିତଙ୍କ ଫାଷ୍ଟଲୁକ ପୋଷ୍ଟର ସାମ୍ନାକୁ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.