ମୁମ୍ବାଇ: ବଲିଉଡର କିମ୍ବଦନ୍ତୀ ଅଭିନେତା ଋଷି କପୁର 67 ବର୍ଷ ବୟସରେ ଏହି ଦୁନିଆକୁ ଅଲବିଦା କହିଛନ୍ତି । ଋଷି କପୁରଙ୍କ ମୃତ୍ୟୁକୁ ନେଇ ସମଗ୍ର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ।ଇରଫାନ ଖାନଙ୍କ ମୃତ୍ୟୁର ଠିକ 24 ଘଣ୍ଟା ପରେ ମଧ୍ୟ ଋଷି କପୁର ମଧ୍ୟ ତାଙ୍କ ପରିବାର, ବନ୍ଧୁ, ସମ୍ପର୍କୀୟ ଏବଂ ଲକ୍ଷ ଲକ୍ଷ ପ୍ରଶଂସକମାନଙ୍କୁ ଅଲବିଦା କହିଛନ୍ତି ।
ଋଷିଙ୍କ ମୃତ୍ୟୁ ଖବର ଶୁଣି ପ୍ରଥମେ ଅମିତାଭ ବଚ୍ଚନ ଟ୍ୱିଟ କରିଥିଲେ । ଏହି ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଅଭିନେତା ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।
- " class="align-text-top noRightClick twitterSection" data="
">
ଏହି ସମୟରେ ମୁଲ୍କ ଫିଲ୍ମରେ ଋଷି କପୁରଙ୍କ ସହ କାମ କରିଥିବା ଅଭିନେତ୍ରୀ ତାପସୀ ପନ୍ନୁ ଋଷିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାପସୀ ପନ୍ନୁ ଋଷି କପୁରଙ୍କ ସହ ଏକ ଫଟୋ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଋଷିଙ୍କ ମୃତ୍ୟୁରେ ଦୁଖିତ ଥିବା ତାପସୀ ଲେଖିଛନ୍ତି ଯେ, ଋଷିଙ୍କ ସହ ଏହା ମୋର ପ୍ରିୟ ଫଟୋ । ତାଙ୍କ ସହିତ ମୁଁ ଦୁଇଥର କାମ କରିଛି । ମୁଁ ତାଙ୍କୁ ସଚ୍ଚୋଟ ଭାବରେ ପ୍ରଶଂସା କରିପାରିବି କାରଣ ସେ କେବେ ମୋର ହୃଦୟ ଭାଙ୍ଗି ନାହିଁନ୍ତି । ତାଙ୍କ ପରି ସଚ୍ଚୋଟ ମଣିଷ ମୁଁ କେବେ ଦେଖି ନାହିଁ । ତାଙ୍କ ସହ ମୁଁ ବହୁତ ଭଲ ସମୟ ବିତେଇଛି ଯାହା ମୋର ଚିରଦିନ ପାଇଁ ଅମର ହୋଇ ରହିବ ।'ସାର ହମାରି ହେଟ ଟ୍ରିକ ରେହେ ଗୟି' ।
ଅଭିନେତା ଋଷି କପୁର ଆଜି ବିଶ୍ବକୁ ଅଲବିଦା କହିଛନ୍ତି । ଋଷି କପୁର କ୍ୟାନସର ସହ ସଂଗ୍ରାମ କରୁଥିବାବେଳେ ଏପ୍ରିଲ 30 ତାରିଖ ଦିନ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏହି ଖବର ଶୁଣି ଚଳଚ୍ଚିତ୍ର ଜଗତରେ ଏବଂ ସେମାନଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ