ETV Bharat / sitara

ଘରୋଇ ହିଂସା ମାମଲା: କୋର୍ଟରେ ପହଞ୍ଚିଲେନି YO YO - ସାଲିନି ତଲୱାର

ବଲିଉଡ଼ର YO YOଙ୍କ ବିରୋଧରେ ଘରୋଇ ହିଂସା ମାମଲା ଘଟଣା । ଆଜି କୋର୍ଟରେ ଶୁଣାଣି ଥିବା ବେଳେ ପହଞ୍ଚିଲେନି ହନି ସିଂ । ଅଧିକ ପଢନ୍ତୁ...

ଘରୋଇ ହିଂସା ମାମଲା: କୋର୍ଟରେ ପହଞ୍ଚିଲେନି YO YO

author img

By

Published : Aug 28, 2021, 2:46 PM IST

ନୂଆଦିଲ୍ଲୀ: ବଲିଉଡ଼ର ଲୋକପ୍ରିୟ ଗାୟକ ହନି ସିଂ ତଥା ହିରଦେଶ ସିଂଙ୍କ ନାମରେ ଘରୋଇ ହିଂସା ଅଭିଯୋଗ କରିଥିଲେ ପତ୍ନୀ ଶାଲିନି ସିଂ । ଆଜି ଦିଲ୍ଲୀର ତିସ ହଜାରୀ କୋର୍ଟରେ ଶୁଣାଣି ଥିବା ବେଳେ କୋର୍ଟରେ ହାଜର ହୋଇନାହାନ୍ତି YO YO । ହନି ସିଂ ନିଜ ଓକିଲଙ୍କ ଜରିଆରେ ଆଜି କୋର୍ଟରୁ ହାଜିର ନ ହେବା ପାଇଁ ଛୁଟି ମାଗିଥିବା ଜଣାପଡ଼ିଛି ।

ହନି ଅସୁସ୍ଥ ଥିବାରୁ ସେ କୋର୍ଟରେ ଉପସ୍ଥିତ ହୋଇପାରିନଥିବା ତାଙ୍କ ଓକିଲ କହିଛନ୍ତି । ଆଗକୁ ଥିବା ଶୁଣାଣି ଦିନ ସେ କୋର୍ଟରେ ଉପସ୍ଥିତ ହେବେ ବୋଲି କହିଛନ୍ତି । ଏହାପରେ କୋର୍ଟ ହନିଙ୍କ ମେଡିକାଲ ରିପୋର୍ଟ ସହିତ ଗତ ୩ ବର୍ଷର ଇନକମ ଟାକ୍ସ ଓ ସବିଶେଷ ଆୟ ବିବରଣୀର ରିପୋର୍ଟ ଦାଖଲ କରିବାକୁ ନିଷ୍ପତ୍ତି ଦେଇଛନ୍ତି । ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ତାନ୍ୟା ସିଂ ହନି ସିଂଙ୍କୁ ଏହି ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ହନି ହନିମୁନ ସମୟରୁ ପତ୍ନୀ ସାଲିନିଙ୍କୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଆଫ୍ରିକାର ମରିସସରେ ସେମାନେ ହନିମୁନ ପାଇଁ ଯାଇଥିବା ବେଳେ ସେଠାରେ ହନିଙ୍କ ବ୍ୟବହାର ବଦଳିଥିଲା । ଏହି ବ୍ୟବହାର ବଦଳିବା ସମ୍ପର୍କରେ ସାଲିନି ହନିଙ୍କୁ ପ୍ରଶ୍ନ କରିବା ପରେ ସେ ତାଙ୍କୁ ଧକ୍କା ମାରିଥିଲେ । ହନି ସିଂଙ୍କୁ କେହି ପ୍ରଶ୍ନ ପଚାରିନଥାନ୍ତି । ସେ କେମିତି ପ୍ରଶ୍ନ ପଚାରିବାକୁ ସାହାସ କଲେ ବୋଲି ହନି ପତ୍ନୀଙ୍କୁ କହିଥିଲେ ।

ହନିମୁନ ସମୟରେ ହନି ଗୋଟିଏ ଦିନ ସାଲିନିଙ୍କୁ ନ ଜଣାଇ ବାହାରକୁ ଯାଇଥିବା ବେଳେ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଫେରିନଥିଲେ । ମରିସସ ସାଲିନିଙ୍କ ପାଇଁ ନୂଆ ଥିବାରୁ ସେ ରୁମ ବାହାରକୁ କୁଆଡ଼େ ନ ଯାଇ ରୁମ ଭିତରେ ରହି ହନିଙ୍କୁ ଅପେକ୍ଷା କରିଥିଲେ । ସେହି ଦିନ ପ୍ରାୟ ବିଳମ୍ବିତ ରାତିରେ ହନି ରୁମକୁ ଫେରିଥିଲେ ବୋଲି ସାଲିନି ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହାସହିତ ସାଲିନି ତଲୱାର ଭରଣପୋଷଣ ପାଇଁ ହନି ସିଂଙ୍କଠାରୁ ୧୦ କୋଟି ଟଙ୍କା ଦାବି କରିଛନ୍ତି । ଏହାସହିତ ଦିଲ୍ଲୀରେ ଏକ ବାସଗୃହ, ମାସିକ ଖର୍ଚ୍ଚ ପାଇଁ ୫ ଲକ୍ଷ ଟଙ୍କା ମଧ୍ୟ ଦାବି କରିଛନ୍ତି । ସାଲିନି ହନି ସିଂଙ୍କ ପରେ ଶାରୀରିକ ହିଂସା, ଯୌନ ହିଂସା, ମାନସିକ ନିର୍ଯାତନା ଭଳି ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.