ETV Bharat / sitara

କୋରୋନାକୁ ମାତ୍ ଦେଲେ ଶିଳ୍ପାଙ୍କ ପରିବାର, ପୁରା ଘରକୁ କଲେ ସାନିଟାଇଜ - shilpa-shetty-house-get-sanitised

ଏବେ ଶିଳ୍ପାଙ୍କ ପୁରା ପରିବାର କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାସହିତ ଅଭିନେତ୍ରୀ ପୁରା ଘରକୁ ସାନିଟାଇଜ୍ କରିଛନ୍ତି । ଅଧିକ ପଢନ୍ତୁ...

shilpa-shetty-house-get-sanitised-after-her-family-recovers-from-coronavirus
କୋରୋନାକୁ ମାତ୍ ଦେଲେ ଶିଳ୍ପାଙ୍କ ପରିବାର, ପୁରା ଘରକୁ କଲେ ସାନିଟାଇଜ
author img

By

Published : May 23, 2021, 9:00 PM IST

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସହିତ ତାଙ୍କ ପୁରା ପରିବାର କୋରୋନା ସଂକ୍ରମିତ ହୋଇଥିଲେ । ସମୟ ସମୟରେ ଶିଳ୍ପା ସୋସିଆଲ ମିଡିଆରେ ଫ୍ୟାନ୍ସମାନଙ୍କୁ ତାଙ୍କ ପରିବାରର ସ୍ବାସ୍ଥ୍ୟ ଅପଡେଟ୍ ସେୟାର କରୁଥିଲେ ।

ଏବେ ଶିଳ୍ପା କହିଛନ୍ତି ଯେ, ତାଙ୍କ ପୁରା ପରିବାର କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାସହିତ ଅଭିନେତ୍ରୀ ପୁରା ଘରକୁ ସାନିଟାଇଜ୍ କରିଛନ୍ତି ।

ଯାହାକୁ ନେଇ ଶିଳ୍ପା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ପିପିଇ କିଟ୍ ପିନ୍ଧିଥିବା ଦୁଇଜଣ ବ୍ୟକ୍ତି ତାଙ୍କ ପୁରା ଘରକୁ ସାନିଟାଇଜ୍ କରୁଛନ୍ତି ।

ଭିଡିଓ ସେୟାର କରି କ୍ୟାପସନରେ ଶିଳ୍ପା ଲେଖିଛନ୍ତି, ‘କୋଭିଡରୁ ସୁସ୍ଥ ହେବା ପରେ ସାନିଟାଇଜେସନ୍।’

ପ୍ରକାଶ ଥାଉ ଯେ, କିଛି ଦିନ ପୂର୍ବରୁ ଶିଳ୍ପା ସୋସିଆଲ ମିଡିଆ ମାଧ୍ୟମରେ ପୁରା ପରିବାର କୋରୋନା ସଂକ୍ରମିତ ହୋଇଥିବା ବିଷୟରେ ସୂଚନା ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.