ETV Bharat / sitara

ସଲମାନଙ୍କ ପାଇଁ ରାଗିଲେ ଶାହିଦ, ଭିଡିଓ ଭାଇରାଲ...

ସୁପରଷ୍ଟାର ସଲମାନ ଖାନଙ୍କୁ ଜଣେ ପିଲା ଡାକିଲେ ଅଙ୍କଲ । ହେଲେ ରାଗିଲେ ଶାହିଦ କପୁର । ସୋସିଆଲ ମିଡିଆରେ 2017ର ଏକ ଭିଡିଓ ଏବେ ହୋଇଛି ଭାଇରାଲ।

shahid kapoor
ଡିଜାଇନ ଫଟୋ
author img

By

Published : Feb 12, 2020, 8:19 PM IST

ମୁମ୍ବାଇ: ସୋସିଆଲ ମିଡିଆରେ ଅନେକଥର ପୁରୁଣା ଭିଡିଓ ହଠାତ୍ ଭାଇରାଲ ହୋଇଯାଏ । ଏମିତି ହିଁ ଏକ ପୁରୁଣା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସଲମାନ ଖାନ ଓ କ୍ୟୁଟ ଅଭିନେତା ଶାହିଦ କପୁର ନଜର ଆସୁଛନ୍ତି । ଏହି ପୁରୁଣା ଭିଡିଓ ପୁଣି ଫ୍ୟାନ୍ସଙ୍କ ମନ କିଣିଛି।

ସବଠାରୁ ମଜାଦାର କଥା ହେଲା ଯେ ଭିଡିଓରେ ସଲମାନଙ୍କ ପଛରେ ଠିଆ ହୋଇଥିବା ଶାହିଦଙ୍କ ରାଗଭରା ଅନ୍ଦାଜ ଦେଖିବାକୁ ମିଳୁଛି । କଥାଟି ହେଲା ଯେବେ ତାଙ୍କ ପଛରେ ଥିବା ଜଣେ ଛୁଆ ସଲମାନ ଅଙ୍କଲ କହି ଡାକିଥିଲେ । ଏହା ଶୁଣି ଶାହିଦ ପଛକୁ ବୁଲି ଦେଖି ପ୍ରଥମେ ରାଗିବାର ଅଭିନୟ କରିଥିଲେ । ଆଉ ପରେ ଖୁବ୍ ହସିଥିଲେ । ଆପଣ ମଧ୍ୟ ଦେଖନ୍ତୁ ଶାହିଦଙ୍କ ଏହି ମଜାଦାର ଭିଡିଓ...

ପ୍ରକାଶ ଥାଉକି ଏହି ଭିଡିଓଟି ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଏକାଡେମୀ ପୁରସ୍କାର ତଥା ଆଇଫା ଆୱାର୍ଡ୍ସ 2017ର । ଯଦି ଶାହିଦଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତେବେ ସେ ଖୁବଶୀଘ୍ର ତେଲୁଗୁ ସୁପରହିଟ୍ ଫିଲ୍ମ ‘ଜର୍ସି’ର ରିମେକ ନେଇ ପରଦାକୁ ଫେରି । ଗତ ବର୍ଷ ସେ ତେଲୁଗୁ ବ୍ଲକବଷ୍ଟର ଫିଲ୍ମ ‘ଅର୍ଜୁନ ରେଡ୍ଡି’ର ହିନ୍ଦୀ ରିମେକ ଫିଲ୍ମ ‘କବୀର ସିଂ’ରେ ନଜର ଆସିଥିଲା । ଯାହା ବିଶ୍ବସ୍ତରରେ 370 କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.