ମୁମ୍ବାଇ: ସୋମବାର ଆରମ୍ଭ ହୋଇଯାଇଛି ଫିଲ୍ମ ଜଗତର ସବୁଠାରୁ ବଡ ଆୱାର୍ଡ୍ସ ଶୋ ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଏକାଡେମୀ ଯାହାକୁ ନେଇ ଉତ୍ସାହିତ ବଲିଉଡ ଷ୍ଟାର୍ସ । ଏହି କ୍ରମରେ ଅଛନ୍ତି ସାରା ଅଲ୍ଲୀ ଖାନ । ସେ ଉତ୍ସାହିତ ହେବା ସହ ନର୍ଭସ ମଧ୍ୟ ଅଛନ୍ତି 20ତମ ଆଇଫାରେ ପରଫର୍ମ କରିବାକୁ ନେଇ ।
ସେ ଆଇଫା ଆୱାର୍ଡ ଶୋକୁ ନେଇ ନିଜ ପିଲା ବେଳର ଅନୁଭୂତି ସେୟାର କରିଛନ୍ତି । ଖାଲି ଏତିକି ନୁହେଁ ସେ ପିତା ସୈଫ ଅଲ୍ଲୀ ଖାନ ଓ ମା' ଅମୃତା ସିଂଙ୍କ ହିଟ୍ ଗୀତରେ ଆଇଫାରେ ପରଫର୍ମ ମଧ୍ୟ କରିବେ । ଏକ ସାକ୍ଷାତକାରରେ ଯୋଗ ଦେଇ ସାରା କହିଥିଲେ କି ସେ ପିଲା ବେଳୁ ଆଇଫା ଆୱାର୍ଡ ଶୋ ଦେଖିଆସୁଛନ୍ତି । ଆଉ ଅନେକଥର ପିତାଙ୍କ ସହ ଅନ୍ୟ ଦେଶକୁ ମଧ୍ୟ ଯାଇଛନ୍ତି ଆଇଫାରେ ଯୋଗ ଦେବାକୁ ।
ଦୁଇ ବର୍ଷ ପୂର୍ବେ ଆଇଫା ନ୍ୟୁଜର୍ସିରେ ଆୟୋଜିତ ହୋଇଥିଲା । ସେହି ସମୟରେ ସେ ପିତାଙ୍କ ସହ ନ୍ୟୁୟର୍କରେ ଥିଲେ । କିନ୍ତୁ ସେ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ । କାରଣ ତାଙ୍କୁ ଶୋରେ ନିମନ୍ତ୍ରଣ କରାଯାଇନଥିଲା । ମାତ୍ର ଏବର୍ଷ ତାଙ୍କ ପାଇଁ ଆଇଫା ଆୱାର୍ଡ ଖୁବ୍ ମହତ୍ବ ରଖୁଛି । କାରଣ ତାଙ୍କୁ ଏଥର ଆଇଫା ତରଫରୁ ନିମନ୍ତ୍ରଣ ମିଳିଛି । ବର୍ତ୍ତମାନ ସେ ବଲିଉଡର ଅଂଶ ହୋଇଥିବାରୁ ତାଙ୍କୁ ଏହି ନିମନ୍ତ୍ରଣ କରାଯାଇଛି ବୋଲି କହିଥିଲେ ସାରା ।
ପ୍ରକାଶ ଥାଉକି ସାରାଙ୍କ ସମତେ ସଲମାନ ଖାନ, ରଣବୀର ସିଂ, କ୍ୟାଟ୍ରିନା କୈଫ , ବିକ୍କୀ କୌଶଲ, ମାଧୁରୀ ଦୀକ୍ଷିତ ଭଳି ଷ୍ଟାର୍ସ ନଜର ଆସିବେ । ଆଉ ଏହି ଶୋର ହୋଷ୍ଟ କରିବେ ଆୟୁଷ୍ମାନ ଖୁରାନା ଓ କାର୍ତ୍ତିକ ଆର୍ୟନ ।