ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ଆଦିତ୍ୟ ରାୟ କପୁର ଓ ଦଙ୍ଗଲ ଗର୍ଲ ସାନିୟା ମାଲହୋତ୍ରା ପ୍ରଥମଥର ପରଦାରେ ରୋମାନ୍ସ କରିବାକୁ ଯାଉଛନ୍ତି । ଏହି ଦୁଇ ତାରକା ଲୋକପ୍ରିୟ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଫିଲ୍ମରେ ନଜର ଆସିବେ। ଫେବୃଆରୀ 16ରେ ଆଦିତ୍ୟ ଓ ସାନିୟା ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି।
ଏହି ଦୁଇଷ୍ଟାର୍ସଙ୍କ ବ୍ୟତୀତ ଫିଲ୍ମରେ ଅଭିନେତା ରାଜକୁମାର ରାଓ, ଅଭିଷେକ ବଚ୍ଚନ ଓ ଫାତିମା ସନା ସୈଖ ମୁଖ୍ୟ ଭୂମିକାରେ ଦେଖାଯିବେ। ଇତିମଧ୍ୟରେ ସାନିୟା ଓ ଆଦିତ୍ୟ ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ସୁଟିଂର ସୂଚନା ଦେଇଛନ୍ତି ।
- " class="align-text-top noRightClick twitterSection" data="
">
କୁହାଯାଇଛି ଯେ ଅନୁରାଗଙ୍କ ଏହି ଫିଲ୍ମ ଏକ ଭିନ୍ନ କାହାଣୀ ନେଇ ଦର୍ଶକଙ୍କ ସାମ୍ନାକୁ ଆସିବ। ଫିଲ୍ମମେକର୍ସ ଏଯାବତ ଫିଲ୍ମର ଟାଇଟଲର ଘୋଷଣା କରିନାହାଁନ୍ତି ।
ଫିଲ୍ମଟି ଏବର୍ଷ ସେପ୍ଟେମ୍ବର 6ରେ ବକ୍ସ ଅଫିସରେ ଆସିବାର ଯୋଜନା କରାଯାଇଛି। କିଛି ସପ୍ତାହ ପୂର୍ବରୁ ଫିଲ୍ମର ଅଭିଷେକଙ୍କ ଲୁକ ସାମ୍ନାକୁ ଆସିଥିଲା। ଯେଉଁଥିରେ ଅଭିଷେକ ରିକ୍ସା ଚଲାଇଥିବାର ଦେଖାଯାଇଥିଲେ। ଏହାପରେ ରାଜକୁମାର ସୋସିଆଲ ମିଡିଆରେ ନିଜ ଲୁକ ମଧ୍ୟ ସେୟାର କରିଥିଲେ। ତାଙ୍କ ଲୁକ ଡିସ୍କୋ କିଙ୍ଗ ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ନଜର ଆସିଥିଲା।
ଫିଲ୍ମର କାହାଣୀ ଆକ୍ସନ-କମେଡି ଉପରେ ଆଧାରିତ। ଅନ୍ୟପଟେ କୁହାଯାଇଛି ଏହି ଫିଲ୍ମ 2007ରେ ଆସିଥିବା ଅନୁରାଗଙ୍କ 'ଲାଇଫ ଇନ ଏ ମୋଟ୍ରୋ'ର ସିକ୍ୱେଲ ଫିଲ୍ମ।