ETV Bharat / sitara

ଆବୁଧାବିରେ IIFA 2022କୁ ହୋଷ୍ଟ କରିବେ ସଲମାନ - ଆଇଫା ଆୱାର୍ଡ ୨୦୨୨ ଅପଡେଟ

ୟୁଏଇର ଆବୁଧାବିରେ ଆୟୋଜିତ ହେବାକୁ ଥିବା IIFA 2022କୁ ହୋଷ୍ଟ କରିବେ ସଲମାନ ଖାନ । ଅଧିକ ପଢନ୍ତୁ

ଆବୁଧାବିରେ IIFA 2022କୁ ହୋଷ୍ଟ କରିବେ ସଲମାନ
ଆବୁଧାବିରେ IIFA 2022କୁ ହୋଷ୍ଟ କରିବେ ସଲମାନ
author img

By

Published : Dec 16, 2021, 3:19 PM IST

ହାଇଦ୍ରାବାଦ: ଆବୁଧାବିରେ ଆୟୋଜିତ ହେବାକୁ ଥିବା ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଏକାଡେମୀ((IIFA) ୨୦୨୨କୁ ହୋଷ୍ଟ କରିବେ ବଲିଉଡ଼ ସୁପରଷ୍ଟାର ସଲମାନ ଖାନ । ଏଥିରେ ବିଶ୍ବସ୍ତରର ଗଣମାଧ୍ୟମ ସଂସ୍ଥା ସମେତ ଅନେକ ଫ୍ୟାନ୍ସ ଓ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଲୋକମାନେ ଯୋଗ ଦେବେ । ଏହି ଆୱାର୍ଡ ନାଇଟ୍‌କୁ ଅଧିକ ରୋମାଞ୍ଚକର କରିବା ପାଇଁ ସଲମାନଙ୍କୁ ହୋଷ୍ଟ ଭାବେ ଚୟନ କରାଯାଇଥିବା ଜଣାପଡ଼ିଛି ।

ଏ ସମ୍ପର୍କରେ ସଲମାନ କହିଛନ୍ତି ଯେ ସେ ସର୍ବଦା IIFA ପରିବାରର ଏକ ଅଂଶକୁ ଭରପୂର ଉପଭୋଗ କରୁଥିବାବେଳେ ନୂଆ ନୂଆ ସ୍ଥଳକୁ ଭ୍ରମଣ କରିଥାନ୍ତି । କିନ୍ତୁ ଆସନ୍ତା ବର୍ଷ ସେ ଆବୁଧାବିକୁ ଗସ୍ତ କରୁଥିବାରୁ ନିଜର ଖୁସିବ୍ୟକ୍ତ କରିଛନ୍ତି । ତେବେ ଚଳିତ ବର୍ଷର IIFA ଅଧିକ ସ୍ମରଣୀୟ ହେବାକୁ ଯାଉଛି । କାରଣ ଭାରତ ୭୫ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ UAE ସ୍ବାଧୀନତାର ୫୦ତମ ବାର୍ଷିକୀ ପାଳନ କରିବାକୁ ଯାଉଛି ।

ତେବେ ସୂଚନା ଥାଉ କି ଗତ ୨୧ ବର୍ଷ ଧରି IIFA ଭାରତୀୟ ସିନେମାକୁ ଅନ୍ତର୍ଜାତୀୟ ପ୍ଲାର୍ଟଫର୍ମରେ ଉପସ୍ଥାପନା କରିବା ସହିତ ବିଶ୍ବସ୍ତରରେ ଫ୍ୟାନ୍ସଙ୍କ ସହିତ ଯୋଡ଼ି ହେବାର ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଛି । ତେବେ ଏହି ଆୱାର୍ଡ ଶୋ'ରେ ହୋଷ୍ଟ କରିବାକୁ ସଲମାନ ଉତ୍ସାହିତ ଥିବା କହିଛନ୍ତି । ଆବୁଧାବିରେ ସମସ୍ତେ ସିନେମା ଓ ଉତ୍ସବକୁ ମିଳିତ ଭାବେ ପାଳନ କରିବା ବୋଲି ସେ କହିଛନ୍ତି ।

IIFAର ୨୧ତମ ସଂସ୍କରଣ ମଧ୍ୟପ୍ରଦେଶ ଇନ୍ଦୋରରେ ମାର୍ଚ୍ଚ ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିଲା । ମାତ୍ର କୋରୋନା ମହାମାରୀ ପାଇଁ ଏହାକୁ ବାତିଲ କରାଯାଇଥିଲା । ଫଳରେ ୟୁଏଇର ଆବୁଧାବିରେ ଏହାର ଆୟୋଜନ କରାଯିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.