ETV Bharat / sitara

ସରିଲା ‘ଦବଙ୍ଗ 3’ର ସୁଟିଂ, ଭାବୁକ ହେଲେ ସଲମାନ

author img

By

Published : Oct 8, 2019, 12:51 PM IST

‘ଦବଙ୍ଗ’ ସିରଜ ଫିଲ୍ମରେ ସଲମାନଙ୍କ ପିତା ଭୂମିକାରେ ନଜର ଆସୁଥିବା ବିଶିଷ୍ଟ ଅଭିନେତା ବିନୋଦ ଖନ୍ନାଙ୍କ 7ତମ ଜନ୍ମଦିନ ସେଟରେ ପାଳନ କରିଥିଲେ ଷ୍ଟାର-କାଷ୍ଟ । ତାଙ୍କୁ ସ୍ମରଣ କରି ଇମୋଶନାଲ ହୋଇଯାଇଥିଲେ ସଲମାନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ଭାଇଜାନ ସଲମାନ ଖାନଙ୍କ ଦବଙ୍ଗ ଷ୍ଟାଇଲ ଦର୍ଶକଙ୍କ ପ୍ରଥମ ପସନ୍ଦ । ତେବେ ଏଥି ପାଇଁ ସଲମାନଙ୍କ ଏହି ଫ୍ରାଞ୍ଚାଇଜି ଫିଲ୍ମ ଦେଖିବାକୁ ଦର୍ଶକ ସବୁବେଳ ବ୍ୟାକୁଳ ଥାଆନ୍ତି । ଏଥର ସଲମାନ ‘ଦବଙ୍ଗ 3’ ନେଇ ପରଦାକୁ ଫେରିବେ । କିଛି ଦିନ ପୂର୍ବରୁ ଫିଲ୍ମର ଟିଜର ଚାରୋଟି ଭାଷାରେ ରିଲିଜ କରାଯାଇଥିଲା । ଇତିମଧ୍ୟରେ ଫିଲ୍ମର ସୁଟିଂ ମଧ୍ୟ ଶେଷ କରିସାରିଛନ୍ତି ସଲମାନ ।

ଫଟୋ ସୌଜନ୍ୟ: ଟ୍ବିଟର@ସଲମାନ ଖାନ

‘ଦବଙ୍ଗ 3’ର ସୁଟିଂର ଶେଷ ଦିନରେ ସଲମାନ ଦିଗଜ ଅଭିନେତା ବିନୋଦ ଖନ୍ନାଙ୍କୁ 73ତମ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଆଉ ସେ ବିନୋଦଙ୍କୁ ଖୁବ୍ ସ୍ମରଣ କରୁଛନ୍ତି ବୋଲି ମଧ୍ୟ କହିଥିଲେ । ରବିବାର ରାତିରେ ଚୁଲବୁଲ ପାଣ୍ଡେ ଟ୍ବିଟରରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ‘ଦବଙ୍ଗ 3’ର କ୍ରୁ ମେମ୍ବର ଏବଂ ଷ୍ଟାର-କାଷ୍ଟ ନଜର ଆସୁଛନ୍ତି ।

tweet-1
ଫଟୋ ସୌଜନ୍ୟ: ଟ୍ବିଟର@ସଲମାନ ଖାନ

ଭିଡିଓରେ ଫିଲ୍ମ ସୁଟିଂର ଶେଷ ଦିନ ବୋଲି ଦର୍ଶକଙ୍କୁ ଜଣାଉଛନ୍ତି ସଲମାନ । ଆଉ ଖୁସିର କଥା ହେଲା କି ସେହି ଦିନ ଫିଲ୍ମର ପ୍ରଜାପତି ପାଣ୍ଡେ ତଥା ବିନୋଦଙ୍କ 73ତମ ଜନ୍ମଦିନ ଥିଲା । ପ୍ରକାଶ ଥାଉକି ଏଥର ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଜାପତିଙ୍କ ଭୂମିକାରେ ବିନୋଦଙ୍କ ଭାଇ ପ୍ରମୋଦ ଖନ୍ନା ନଜର ଆସିବେ । ‘ଦବଙ୍ଗ 3’ରେ ସଲମାନଙ୍କ ସହ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ମଧ୍ୟ କେମେଷ୍ଟ୍ରି ଦେଖିବାକୁ ମିଳିବ । ଫିଲ୍ମଟି ଡିସେମ୍ବର 20ରେ ରିଲିଜ ହେବାକୁ ଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.