ETV Bharat / sitara

ସଡକ ଦୁର୍ଘଟଣାରେ ଗୁରୁତର ଆହତ ହେଲେ 'ଭାରତ' ପ୍ରଯୋଜକଙ୍କ ପତ୍ନୀ - wife

ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି 'ଭାରତ' ଫିଲ୍ମର ପ୍ରଯୋଜକ ନିଖିଲଙ୍କ ପତ୍ନୀ । ଦୁଇଘଣ୍ଟା ସର୍ଜରୀ ପରେ ଏବେ ସୁସ୍ଥ ଅଛନ୍ତି ତାଙ୍କ ପତ୍ନୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ନିଖିଲ
author img

By

Published : May 25, 2019, 11:23 PM IST

ମୁମ୍ବାଇ: ବି-ଟାଉନର ଦବଙ୍ଗ ବୟ ସଲମାନ ଖାନଙ୍କ ଆଗାମୀ ବହୁ ପ୍ରତିକ୍ଷିତ ଫିଲ୍ମ 'ଭାରତ' ଏହି ସମୟରେ ଖୁବ୍ ଚର୍ଚ୍ଚାରେ ଅଛି । ଦର୍ଶକ ଟ୍ରେଲର ଦେଖିବା ପରେ ଫିଲ୍ମ ଦେଖିବାକୁ ଖୁବ୍ ଉତ୍ସାହିତ ଅଛନ୍ତି । ଇତିମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କଥାଟି ହେଲା କି 'ଭାରତ' ଫିଲ୍ମର ପ୍ରଯୋଜକ ନିଖିଲ ନମିତଙ୍କ ପତ୍ନୀ ସଡ଼କ ଦୁର୍ଘଟଣାରେ ଆଘାତ ହୋଇଛନ୍ତି ।

ଏହି ଖବରରେ ପୁରା ଫିଲ୍ମ ଟିମ ଦୁଃଖିତ ଅଛନ୍ତି । ପ୍ରକାଶ ଥାଉକି ମେ 23ରେ ତାଙ୍କ ପତ୍ନୀଙ୍କର ମୁମ୍ବାଇରେ ବଡ ଧରଣର ଆକ୍ସିଡେଣ୍ଟ ହୋଇଥିଲା । ଯାହାଦ୍ବାରା ସେ ଗମ୍ଭୀର ରୂପେ ଆହତ ହୋଇଛନ୍ତି । ଗମ୍ଭୀର ଅବସ୍ଥାରେ ତାଙ୍କୁ ନିକଟତର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ପରେ ତାଙ୍କର ପାଖାପାଖି 2 ଘଣ୍ଟା ପର୍ଯ୍ୟନ୍ତ ସର୍ଜରୀ କରାଯାଇଥିଲା । ବର୍ତ୍ତମାନ ସେ ଆଗ ଅପେକ୍ଷା ସୁସ୍ଥ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି । ଏବେ ଡାକ୍ତର ତାଙ୍କୁ କିଛି ଦିନ ପାଇଁ ଆରାମ କରିବାକୁ ପରାର୍ମଶ ଦେଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.