ମୁମ୍ବାଇ: ବଲିଉଡରେ ଅନେକ କଳାକାରଙ୍କ ଲଭ ଲାଇଫ ଓ ମ୍ୟାରେଜ ଲାଇଫ ପ୍ରାୟତଃ ଭାଙ୍ଗୁଥିବାର ଦେଖିବାକୁ ମିଳିଥାଏ । କିଏ କେତେବେଳେ କାହାକୁ ମନ ଦେଇ ବସେ । ଆଉ କିଏ କାହା ସହ ବ୍ରେକଅପ କରିନିଏ ଏକଥା କହିବା ମୁସକିଲ । ହେଲେ ଭାଙ୍ଗିଯାଇଥିବା ସମ୍ପର୍କ କାହାକୁ କେତେ କଷ୍ଟ ଦେଇଥାଏ ଏହି କଥାର ଖୁଲାସା ନିକଟରେ କରିଥିଲେ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ।
ସେ ନିଜ ପ୍ରଥମ ପତ୍ନୀ ତଥା ଅଭିନେତ୍ରୀ ଅମ୍ରିତା ସିଂଙ୍କ ସହ ଛାଡପତ୍ର ବିଷୟରେ ଆଲୋଚନା କରି ନିଜ ଦୁଃଖ ସେୟାର କରିଥିଲେ । ଛାଡପତ୍ର ସମୟରେ ସେ ଦୁଇ ସନ୍ତାନଙ୍କ ପିତା ହୋଇସାରିଥିଲେ । ଯାହାପାଇଁ ଛାଡପତ୍ର ନେବା ସହଜ କଥା ନଥିଲା ।
ନିକଟରେ ଏକ ସାକ୍ଷାତକାରରେ ସୈଫ ଛାଡପତ୍ର ବିଷୟରେ ଆଲୋଚନା କରି କହିଥିଲେ ଯେ ଏହା ଦୁନିଆର ସବୁଠାରୁ ଖରାପ ଜିନିଷ । ଏହା ଏମିତି ଜିନିଷ ଯାହାପାଇଁ ସେ ସବୁବେଳେ କାମନା କରୁଛନ୍ତି ଯେ ଏହା କିଛି ଭିନ୍ନ ହୋଇଥାଆନ୍ତା । ଛାଡପତ୍ରକୁ ନେଇ ସେ କେବେ ମଧ୍ୟ ଶାନ୍ତ ରହିପାରିବେ ନାହିଁ । କିଛି ଜିନିଷ କେବେ ମଧ୍ୟ ଠିକ୍ ହୋଇନଥାଏ ।
ପ୍ରକାଶ ଥାଉକି ସୈଫ 90 ଦଶକରେ ନିଜଠୁ 12 ବର୍ଷ ବଡ ଅମ୍ରିତାଙ୍କ ସହ ପ୍ରେମ ବିବାହ କରିଥିଲେ । ବିବାହ ସମୟରେ ସେ କେବଳ 21 ବର୍ଷର ଥିଲେ । 1991ରେ ବିବାହ କରି 2004ରେ ଅମୃତାଙ୍କ ଠାରୁ ସେ ଛାଡପତ୍ର ନେଇଥିଲେ ।