ମୁମ୍ବାଇ: ଦେଶରେ ଲକଡାଉନ ଲାଗୁ ହୋଇଥିବାରୁ ଜନସାଧାରଣଙ୍କଠୁ ନେଇ ସେଲିବ୍ରିଟି ଘରେ ବନ୍ଦ ରହିଛନ୍ତି । ହେଲେ ଏହି ପରିସ୍ଥିତିରେ ସମସ୍ତେ ଭିନ୍ନ ଭିନ୍ନ ଉପାୟରେ ଆତ୍ମନିର୍ଭରଶୀଳ ହେବାରେ ଲାଗିଛନ୍ତି । ବଲିଉଡ ସେଲିବ୍ରେଟଙ୍କ ମଧ୍ୟରେ ଏକ ଭିନ୍ନ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ସମସ୍ତେ କିଛି ନା କିଛି କରିବାକୁ ଚେଷ୍ଟା ଚଳାଇଛନ୍ତି । ଏହି କ୍ରମରେ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ସାମିଲ ହୋଇଛନ୍ତି । ବର୍ତ୍ତମାନ ସୈଫ ସାଜିଛନ୍ତି ଘରର ସେଫ।
ଆଜ୍ଞା ହଁ, ସେ ଲକଡାଉନରେ ଶାନଦାର ମଟନ ବିରିୟାନୀ ତିଆରି କରି ଘର ଲୋକଙ୍କୁ ଖାଇବାକୁ ଦେଇଛନ୍ତି। ସୈଫଙ୍କ ଦେଢଶାଶୁ ତଥା ଅଭିନେତ୍ରୀ କରିସ୍ମା କପୁର ତାଙ୍କ ହାତ ରନ୍ଧା ବିରିୟାନୀ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।
ବିରିୟାନୀ କେତେ ସ୍ବାଦିଷ୍ଟ ହୋଇଛି ତାହା କରିସ୍ମାଙ୍କ କ୍ୟାପସନରୁ ଜଣାପଡିଛି । କାରଣ ସେ କ୍ୟାପସନ ଲେଖିଛନ୍ତି, ‘ରୋଷେୟା ସୈଫଙ୍କ ଶାନଦାର ମଟନ ବିରିୟାନୀ । ବହୁତ ଭଲ ମଧ୍ୟାହ୍ନ ଭୋଜନ କରିଥିଲୁ।’ କରିସ୍ମା ମଧ୍ୟ ଏହି ପୋଷ୍ଟରେ ଇଦ ମୁବାରକ ବାଣ୍ଟିଛନ୍ତି ।