ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁରେ ବଲିଉଡକୁ ମୌନ ବ୍ରତ ପାଳିବାକୁ କହିଲେ ସୈଫ

ସାମ୍ନାକୁ ଆସିଲା ସୈଫ ଅଲ୍ଲୀ ଖାନଙ୍କ ବଡ ବୟାନ । ସୁଶାନ୍ତଙ୍କ ମୃତ୍ୟୁରେ ପ୍ରେମ ପ୍ରକାଶ କରୁଥିବା ଲୋକଙ୍କ ଉପରେ ରାଗିଲେ ସେ ।

author img

By

Published : Jun 16, 2020, 9:30 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ସବୁ ମହଲରେ ଚହଳ । କଙ୍ଗନା ରଣାୱତ ଓ ବିବେକ ଓବରାୟଙ୍କ ପରେ ଏବେ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ବଲିଉଡ ଉପରେ ରାଗ ଜାହିର କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡରେ ତାଙ୍କ ପାଇଁ ପ୍ରକାଶ କରାଯାଉଥିବା ପ୍ରେମକୁ ନେଇ ଆଶ୍ଚର୍ଯ୍ୟ ସେ । ସେଲିବ୍ରିଟିଙ୍କ ଉପରେ କ୍ରୋଧିତ ହୋଇ ସୈଫ କହିଛନ୍ତି ତାଙ୍କ ମୃତ୍ୟୁରେ ନାଟକ କରିବା ଅପେକ୍ଷା ଗୋଟିଏ ଦିନର ମୌନ ବ୍ରତ ପାଳନ କରନ୍ତୁ ।

ନିକଟରେ ଏକ ସାକ୍ଷାତକାରରେ ସୈଫ କହିଥିଲେ ଯେ ସୁଶାନ୍ତଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ହେଲେ ଲୋକେ ତାଙ୍କ ମୃତ୍ୟୁରେ ପ୍ରଦର୍ଶନ କରୁଛନ୍ତି । ବଲିଉଡରେ ଅନେକ ଲୋକେ ତାଙ୍କ ମୃତ୍ୟୁରେ ସଙ୍ଗେ ସଙ୍ଗେ କମେଣ୍ଟ କରିଥିଲେ । ତାଙ୍କ ଅନୁଯାୟୀ ସୁଶାନ୍ତଙ୍କ ମୃତ୍ୟୁରୁ କିଛି ଲୋକଙ୍କୁ ଲାଭ ମିଳିଛି । ତେବେ ତାହା ଦୁଃଖ ଦେଖାଇବା ହେଉ କିମ୍ବା ରାଜନୈତିକ ରୁଚି ଦେଖାଇବା ପାଇଁ । ସୋସିଆଲ ମିଡିଆରେ ଲୋକେ ଅନେକ ମିଥ୍ୟ କଥା କହିବାରେ ଲାଗିଛନ୍ତି । ଯାହା ଲଜ୍ୟାଜନକ।

ସୁଶାନ୍ତଙ୍କୁ ସେ ହୃଦୟରୁ ସମ୍ମାନ ଦେଉଛନ୍ତି । ହଠାତ୍ ତାଙ୍କ ପ୍ରତି ପ୍ରେମ ପ୍ରଦର୍ଶନ କରୁଥିବା ଲୋକେ ଗୋଟିଏ ଦିନ ମୌନ ବ୍ରତ ପାଳନ କରିବା କଥା ବୋଲି କହିଥିଲେ ସୈଫ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.