ETV Bharat / sitara

21 ବର୍ଷ ଝିଅର ବାପା ସାଜି ଆଶ୍ଚର୍ଯ୍ୟ ସୈଫ, ଦେଖନ୍ତୁ ଭିଡିଓ

ଆସନ୍ତା 31 ତାରିଖରେ ରିଲିଜ ହେବାକୁ ପ୍ରସ୍ତୁତ ସୈଫ ଅଲ୍ଲୀ ଖାନଙ୍କ ଆଗାମୀ ଫିଲ୍ମ ‘ଜୱାନୀ ଜାନେମନ’ । ଏବେ ରିଲିଜ ହୋଇଛି ଫିଲ୍ମର ଟ୍ରେଲର । ଯାହାକୁ ନେଇ ଉତ୍ସାହିତ ନଜର ଆସୁଛନ୍ତି ଦର୍ଶକ ।

author img

By

Published : Jan 9, 2020, 5:36 PM IST

jawaani jaaneman trailer released
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତବ୍ବୁ ଫ୍ୟାନକ୍ଲବ

ମୁମ୍ବାଇ: ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ‘ଲାଲ କପ୍ତାନ’ ଗତ ବର୍ଷ ରିଲିଜ ହୋଇଥିଲା । ଫିଲ୍ମଟି ଦର୍ଶକ ଓ କ୍ରିଟିକ୍ସିଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ଆଉ ଏବେ ସୈଫ ନିଜ କୁଲ ଅନ୍ଦାଜ ନେଇ ପୁଣି ପରଦାରେ ନଜର ଆସିବାକୁ ଯାଉଛନ୍ତି । ତାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଜୱାନୀ ଜାନେମନ’ର ଦମଦାର କମେଡି ଟ୍ରେଲର ରିଲିଜ ହୋଇଯାଇଛି । ଯାହାକୁ ଦେଖି ହସି ହସି ବେହାଲ ଦର୍ଶକ ।

ନିତିନ କକ୍କରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ସୈଫଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ଫେମସ ଅଭିନେତ୍ରୀ ତବ୍ବୁ । ସେହିପରି ‘ଜୱାନୀ ଜାନେମନ’ରେ ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲିୟା ଏଫ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଫିଲ୍ମରେ ସୈଫଙ୍କ ଝିଅ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର ସବୁ ସିନ ଆଜିର ଲାଇଫଷ୍ଟାଇଲକୁ ନେଇ ଆଧାରିତ । ଆପଣ ମଧ୍ୟ ଦେଖନ୍ତୁ ଏହି ମଜାଦାର ଟ୍ରେଲର...

  • " class="align-text-top noRightClick twitterSection" data="">

ଏଯାବତ ରିଲିଜ ହୋଇଯାଇଥିବା ଫିଲ୍ମର ଅନେକ ପୋଷ୍ଟର ଓ ଗୀତକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଏବେ ଟ୍ରେଲର ଦେଖି ଫିଲ୍ମ ଦେଖିବାକୁ ଉତ୍ସାହିତ ନଜର ଆସୁଛନ୍ତି ଫ୍ୟାନ୍ସ । ଫିଲ୍ମର ପ୍ରଯୋଜନା କରିଛନ୍ତି ଜ୍ୟାକି ଭଗନାନୀ । ‘ଜୱାନୀ ଜାନେମନ’ ଆସନ୍ତା 31 ତାରିଖରେ ରିଲିଜ ହେବାକୁ ଯାଉଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.