ETV Bharat / sitara

‘ସାହୋ’କୁ ମିଳିଲା ଟ୍ବିଟର ସ୍ପେଶାଲ ହ୍ୟାଶମୋଜି - ଜ୍ୟାକି ଶ୍ରଫ

ଇଂରାଜୀ ସହ ତେଲୁଗୁ ଭାଷାରେ ସାହୋର ହ୍ୟାଶଟ୍ୟାଗ ତିଆରି ହେଲା । ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଏହି ଫିଲ୍ମ ଅଗଷ୍ଟ 30ରେ ରିଲିଜ ହେବାକୁ ଯାଉଛି ।

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ
author img

By

Published : Aug 24, 2019, 2:50 PM IST

ମୁମ୍ବାଇ: ବାହୁବଳୀ ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଅଭିନେତା ପ୍ରଭାସଙ୍କ ଫ୍ୟାନ ଫଲୋଇଂ ସଂଖ୍ୟା ଅନ୍ୟ ସ୍ଥାନରେ ମଧ୍ୟ ଆକାଶ ଛୁଆଁ । ଏବେ ତାଙ୍କ ଅଭିନୀତ ଫିଲ୍ମ ‘ସାହୋ’କୁ ଦେଖିବାକୁ ବ୍ୟାକୁଳ ଦର୍ଶକ । ଫିଲ୍ମଟି ଆଉ କିଛି ଦିନ ପରେ ତଥା ଅଗଷ୍ଟ 30ରେ ରିଲିଜ ହେବାକୁ ଯାଉଛି । ‘ସାହୋ’ ରିଲିଜ ପୂର୍ବରୁ ହିଁ ଦର୍ଶକଙ୍କ ମଧ୍ୟରେ ଛାଇଯାଇଛି । ଇତିମଧ୍ୟରେ ଫିଲ୍ମ ନାଁରେ ଆଉ ଏକ ଉପଲବ୍ଧି ସମ୍ପୃକ୍ତ ହୋଇଛି । ଚାରୋଟି ଭାଷାରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମକୁ ଏବେ ଟ୍ବିଟରର ସ୍ପେଶାଲ ହ୍ୟାଶଟ୍ୟାଗ ମିଳିଯାଇଛି ।

350 କୋଟି ଟଙ୍କାରେ ନିର୍ମିତ ‘ସାହୋ’ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଚାଲିଛି । ପ୍ରଭାସ ଓ ବି-ଟାଉନର କ୍ୟୁଟ ଅଭିନେତ୍ରୀ ଶ୍ରଦ୍ଧା କପୁର ଫିଲ୍ମର ପ୍ରମୋଶନରେ ବର୍ତ୍ତମାନ ଜୋରସୋରରେ ଲାଗିଛନ୍ତି ।

ପ୍ରକାଶ ଥାଉକି ସାହୋର ହ୍ୟାଶଟ୍ୟାଗ ଇଂରାଜୀ ସହ ତେଲୁଗୁ ଭାଷାରେ ମଧ୍ୟରେ ତିଆରି ହୋଇଛି । ଏମିତି ପ୍ରଥମଥର ହୋଉଛି ଯେ କୌଣସି ତେଲୁଗୁ ଫିଲ୍ମକୁ ତେଲୁଗୁ ଭାଷାରେ ହ୍ୟାଶମୋଜି ମିଳିଛି । ଏହି ଫିଲ୍ମଟି ହିନ୍ଦୀ, ତେଲୁଗୁ, ତାମିଲ ଏବଂ ମାଲୟାଲମରେ ନିର୍ମାଣ ହୋଇଛି ।

ପ୍ରଭାସଙ୍କ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଏହି ଫିଲ୍ମରେ ନିଲ ନିତିନ ମୁକେଶ, ଚଙ୍କି ପାଣ୍ଡେ, ଜ୍ୟାକି ଶ୍ରଫ, ମନ୍ଦିରା ବେଦୀ, ଅରୁଣ ବିଜୟ ମୁଖ୍ୟ ଭୂମିକାରେ ଦେଖାଯିବେ ।

ହ୍ୟାଶମୋଜି ମିଳିବା ଅବସରେ ନିଲ ଟ୍ବିଟରେ ଏହାର ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି । ସେହିପରି ଶ୍ରଦ୍ଧା କପୁର ମଧ୍ୟ ଟ୍ବିଟ କରି ଟ୍ବିଟର ସାଇଟକୁ ଧନ୍ୟବାଦ ଜଣାଇଛନ୍ତି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.