ହାଇଦ୍ରାବାଦ: ଏସ.ଏସ.ରାଜମୌଲୀଙ୍କ ଦ୍ବାରା ନିର୍ଦ୍ଦେଶିତ ହେଉଥିବା ଭାରତର ସବୁଠାରୁ ବହୁ ପ୍ରତିକ୍ଷିତ ଫିଲ୍ମ 'ଟ୍ରିପଲ ଆର'(RRR) ରିଲିଜ ପୂର୍ବରୁ 70 କୋଟି ଟଙ୍କା ଆୟ କରିସାରିଲାଣି । ଫିଲ୍ମଟି ବିଦେଶୀ ଥିଏଟ୍ରିକଲ ରାଇଟ୍ସ ସହ 70 କୋଟି ଟଙ୍କା ଆୟ କରିଛି ।
ଏତେ କୋଟି ଟଙ୍କା ରିଲିଜ ପୂର୍ବରୁ ଆୟ କରି ଫିଲ୍ମଟି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । 'ଆରଆରଆର'ର ନିର୍ମାତା ପାଖାପାଖି 70 କୋଟି ଟଙ୍କା ବିଦେଶି ନାଟକୀୟ ଅଧିକାର ସହ ଏକ ବିଶାଳ ବ୍ୟାଙ୍କରୋଲରେ ଥିଲେ । ଯାହା ଏକ ବିଦେଶି ଫିଲ୍ମ ଡିଷ୍ଟ୍ରିବ୍ୟୁଶନ ହାଉସ 'ଫାର୍ସ ଫିଲ୍ମସ'ରୁ ଲାଭ ହୋଇଛି ।
ଫିଲ୍ମର ବଜେଟ 300 କୋଟି ଟଙ୍କା । 'ଟ୍ରିପଲ ଆର’ ପ୍ରଥମ ସିଡ୍ୟୁଲ ପୁରା କରିସାରିଛନ୍ତି ମେକର୍ସ । ଏବେ ଫିଲ୍ମର ଦ୍ବିତୀୟ ସିଡ୍ୟୁଲ ଉପରେ କାମ ଆରମ୍ଭ କରିଦେଇଛନ୍ତି । ଫିଲ୍ମ 1920 ସ୍ବାଧୀନତା ସଂଗ୍ରାମୀ, ଅଲ୍ଲୁରୀ ସିତାରାମ ରାଜୁ ଏବଂ କେମାରାମ ଭୀମଙ୍କ ଉପରେ ଆଧାରିତ ଏକ କାଳ୍ପଲିକ କାହାଣୀ । ଯିଏ ବ୍ରିଟିଶ ରାଜ ବିରୋଧରେ ଲଢୁଥିବାର ଦେଖାଯିବେ ।
ଏହି ପିରିୟଡ ଆକ୍ସନ ଫିଲ୍ମରେ ତେଲୁଗୁ ସୁପରଷ୍ଟାର ଜୁନିୟର ଏନଟିଆର, ରାମ ଚରଣ ଏବଂ ବି-ଟାଉନର ସିଂଘମ ଅଜୟ ଦେବଗନ ଓ ଆଲିୟା ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟିକୁ ତେଲୁଗୁ ସହ ତାମିଲରେ ମଧ୍ୟ ତିଆରି କରାଯାଉଛି । ଏହାସହ ଫିଲ୍ମଟି ହିନ୍ଦୀ ଓ ମଲୟାଲମରେ ମଧ୍ୟ ଡବିଂ କରାଯିବ । ରାଜମୌଲୀ ଦ୍ବାରା ଲିଖିତ 'ଆରଆରଆ' ଆସନ୍ତା ବର୍ଷ ଜୁଲାଇ 30ରେ ରିଲିଜ ହେବ ।