ETV Bharat / sitara

'ସୁଶାନ୍ତଙ୍କ ଟଙ୍କା କେବେବି ନିଜ ପାଇଁ ଖର୍ଚ୍ଚ କରି ନଥିଲେ ରିୟା'

author img

By

Published : Aug 8, 2020, 4:08 PM IST

ସୁଶାନ୍ତଙ୍କ ପିତା ନିକଟରେ ଅଭିନେତ୍ରୀ ରିୟାଙ୍କ ଉପରେ ମନି ଲଣ୍ଡରିଂ ଭଳି ଅଭିଯୋଗ ଲଗାଇ ଏଫଆଇଆର ବିହାରରେ ରୁଜୁ କରିଥିଲେ । ସମାନ ପ୍ରସଙ୍ଗ ବର୍ତ୍ତମାନ ଇଡି ଦ୍ୱାରା ମଧ୍ୟ ଅନୁସନ୍ଧାନ କରାଯାଉଛି । ରିୟା ଇଡି ଅଧିକାରୀଙ୍କୁ କହିଛନ୍ତି ଯେ, ମୁଁ ସୁଶାନ୍ତଙ୍କ ଟଙ୍କା କେବେବି ନିଜ ପାଇଁ ଖର୍ଚ୍ଚ କରି ନାହିଁ । ଅଧିକ ପଢନ୍ତୁ...

Riya Chakraborty on sushant sing rajput
'ସୁଶାନ୍ତଙ୍କ ଟଙ୍କା କେବେବି ନିଜ ପାଇଁ ଖର୍ଚ୍ଚ କରି ନଥିଲେ ରିୟା'

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିବା ପରେ ରିୟାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଏ ସମ୍ପର୍କରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ସୁଶାନ୍ତଙ୍କ ସହ ଶୋଭିକ ସର୍ଭିସ ଓରିଏଣ୍ଟେଡ ଅରଗାନାଇଜେସନ ଫ୍ରଣ୍ଟ ଇଣ୍ଡିଆ ୱାର୍ଲ୍ଡ ଫାଉଣ୍ଡେସନର ନିର୍ଦ୍ଦେଶକ ଥିଲେ ।

ଜାନୁଆରୀ 6, 2020ରେ ଏହି କମ୍ପାନୀ ଲଞ୍ଚ କରାଯାଇଥିଲା । ଶୋଭିକ୍ କେବଳ ଏହି କମ୍ପାନୀରେ ସୁଶାନ୍ତଙ୍କ ସହ ନିର୍ଦ୍ଦେଶକ ନଥିଲେ । ଏଥିସହିତ ଶୋଭିକଙ୍କୁ ଭିଭିଡ୍ରିଗ୍ ରିଆଲିଟି ପ୍ରାଇଭେଟରେ ସୁଶାନ୍ତ ଏବଂ ରିୟାଙ୍କ ସହିତ ନିର୍ଦ୍ଦେଶକ ଭାବରେ ମଧ୍ୟ ଥିଲେ ।

ଏହି ଚାରୋଟି ବ୍ୟାଙ୍କ ଜରିଆରେ ସୁଶାନ୍ତଙ୍କର ମୋଟ 18 କୋଟି ଟଙ୍କା ଥିଲା । ତେବେ ପ୍ରାୟ 15 କୋଟି ଟଙ୍କା ବିଭିନ୍ନ ଆକାଉଣ୍ଟକୁ ପଠାଯାଇଥିଲା ।

ସୁଶାନ୍ତଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଉଭୟ ଶୋଭିକ ଏବଂ ରିୟା କମ୍ପାନୀର ଆର୍ଥିକ କାରବାରରୁ ଉପକୃତ ହୋଇଛନ୍ତି । ସମାନ ପ୍ରସଙ୍ଗ ବର୍ତ୍ତମାନ ଇଡି ଦ୍ୱାରା ମଧ୍ୟ ଅନୁସନ୍ଧାନ କରାଯାଉଛି ।

ରିୟା ଇଡି ଅଧିକାରୀଙ୍କୁ କହିଛନ୍ତି ଯେ, ସେ ସୁଶାନ୍ତଙ୍କ ଟଙ୍କା କେବେବି ବ୍ୟବହାର କରିନାହାଁନ୍ତି । ମୁଁ 2019 ରେ ମୁମ୍ବାଇରେ ଏକ ଫ୍ଲାଟ କିଣିଥିଲି ଯେଉଁଥିପାଇଁ ମୁଁ ନିଜ ସଞ୍ଚୟରୁ 25 ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ନେଇଥିଲି । ମୁଁ ସୁଶାନ୍ତଙ୍କ ଟଙ୍କା କେବେବି ନିଜ ପାଇଁ ଖର୍ଚ୍ଚ କରି ନାହିଁ ।

ପ୍ରକାଶ ଥାଉ କି, ରିୟା ଇଡି କାର୍ଯ୍ୟାଳୟକୁ ଆସିବା ବେଳକୁ ତାଙ୍କ ପାଖରେ ଆଇଟି ରିଟର୍ନ ଡକ୍ୟୁମେଣ୍ଟ, ବ୍ୟାଙ୍କ ଷ୍ଟେଟମେଣ୍ଟ ଇତ୍ୟାଦି ସହିତ କୌଣସି ଡକ୍ୟୁମେଣ୍ଟ ନଥିଲା । ଇଡି ଗତ 5ବର୍ଷର ରିୟାଙ୍କ ଆଇଟି ରିଟର୍ନ ଡକ୍ୟୁମେଣ୍ଟ ଦାବି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.