ETV Bharat / sitara

ଏଥର ରିଷିଙ୍କ ଟାର୍ଗେଟରେ ଅର୍ଣ୍ଣବ ଗୋସ୍ବାମୀ

author img

By

Published : Nov 20, 2019, 9:01 PM IST

ଟ୍ବିଟକୁ ନେଇ ପୁଣି ଚର୍ଚ୍ଚାରେ ରିଷି କପୁର । ଏଥର ସରକାରଙ୍କୁ ନୁହେଁ ଏକ ନ୍ୟୁଜ ଚ୍ୟାନେଲର ଆଙ୍କରଙ୍କୁ କହିଲେ କଟୁ କଥା ।

ଫଟୋ ସୌଜନ୍ଯ: ଇନଷ୍ଟାଗ୍ରାମ@ଋଷି କପୁର ଫ୍ୟାନକ୍ଲବ

ମୁମ୍ବାଇ: ଅଭିନେତା ରିଷି କପୁର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ନଜର ଆସୁଛନ୍ତି । ତାଙ୍କ ଟ୍ବିଟ ପ୍ରାୟତଃ ଚର୍ଚ୍ଚାର ବିଷୟ ପାଲଟୁଛି । ସବୁ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିବାକୁ ଭୁଲନ୍ତି ନାହିଁ ରିଷି । ମଙ୍ଗଳବାର ସେ ସରକାରଙ୍କ ବିରୋଧରେ କହି ଚର୍ଚ୍ଚାରେ ଆସିଥିଲେ । ଆଉ ବୁଧବାର ସେ ଏକ ଟ୍ବିଟକୁ ନେଇ ପୁଣି ଚର୍ଚ୍ଚାରେ । ଗତ କାଲି(ମଙ୍ଗଳବାର) ଏକ ଟ୍ବିଟ କରି ସେ ଏକ ନ୍ୟୁଜ ଚ୍ୟାନେଲର ପପୁଲାର ଆଙ୍କର ଅର୍ଣ୍ଣବ ଗୋସ୍ବାମୀଙ୍କୁ ଟାର୍ଗେଟ କରୁଥିବାର ନଜର ଆସିଛନ୍ତି ।

tweet
ଫଟୋ ସୌଜନ୍ଯ: ଟ୍ବିଟର@ଋଷି କପୁର

କଥାଟି ହେଲା କି MQM ସଂସ୍ଥାପକ, ବ୍ରିଟିଶ ପାକିସ୍ତାନୀ ନାଗରିକ ଅଲତାଫ ହୁସୈନ, ଅର୍ଣ୍ଣବଙ୍କ ଶୋରେ ପହଞ୍ଚିଥିଲେ । ସେହି ସମୟରେ ଅଲତାଫ ‘ସାରେ ଜାହାଂ ସେ ଅଚ୍ଛା ହିନ୍ଦୁସ୍ତାନ ହମାର’ ଗୀତ ଗାଇଥିଲେ । ରିଷି ଟ୍ବିଟ କରି ଲେଖିଛନ୍ତି, ‘ବହୁତ ଭଲ ଏମକ୍ୟୁଏମ ଫାଉଣ୍ଡର ଓ ବ୍ରିଟିଶ ପାକିସ୍ତାନୀ ନାଗରିକ ଅଲତାଫ ହୁସୈନ ଅର୍ଣ୍ଣବଙ୍କ ସହ ସାରେ ଜାହାଂ ସେ ଅଚ୍ଛା ହିନ୍ଦୁସ୍ତାନ ହମାରା ଗାଇଛନ୍ତି । ସେ ଭାରତରେ ଆଶ୍ରମ ଖୋଜୁଛନ୍ତି । ଚିତ୍କାର ଭରା ଏହି ଖେଳରେ ଅର୍ଣ୍ଣବ ହାତ ତଳକୁ କାହିଁ କରିଥିଲେ । ଏହା ପୁରାପୁରି ନାଟକୀୟ ଥିଲା । ଆମେ ସମସ୍ତେ ଶାନ୍ତି ଚାହୁଁଛୁ ।’

ବର୍ତ୍ତମାନ ରିଷିଙ୍କ ଏହି ଟ୍ବିଟ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ରିଷିଙ୍କ ଟ୍ବିଟରେ ପ୍ରତିକ୍ରିୟା ମଧ୍ୟ ଦେବାରେ ଲାଗିଛନ୍ତି । ପ୍ରକାଶ ଥାଉକି ସେ ଖୁବଶୀଘ୍ର ଇମରାନ ହାସମୀଙ୍କ ଅପକମିଂ ଫିଲ୍ମ ‘ଦ ବଡି’ରେ ନଜର ଆସିବେ । ନିକଟରେ ସସ୍ପେନ୍ସ, ଥ୍ରିଲର ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଥିଲା । ଡିସେମ୍ବର 13ରେ ରିଲିଜ ହେବ ଏହି ଫିଲ୍ମ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.