ETV Bharat / sitara

ବଲିଉଡକୁ ଫେରିବେ ରିମି ସେନ୍ ! - ବଲିଉଡକୁ ଫେରିବେ ରିମି ସେନ୍

ବଲିଉଡରେ ପୁଣି ଦେଖିବାକୁ ମିଳିପାରେ ରିମି ସେନ୍ ଙ୍କ ଜଲୱା । ଅଧିକ ପଢନ୍ତୁ...

rimi-sen-interview-actress-on-doing-comedy-films-in-career
ବଲିଉଡକୁ ଫେରିବେ ରିମି ସେନ୍ !
author img

By

Published : Apr 10, 2021, 3:59 PM IST

ମୁମ୍ବାଇ: ବଲିଉଡରେ ପୁଣି ଦେଖିବାକୁ ମିଳିପାରେ ରିମି ସେନ୍ ଙ୍କ ଜଲୱା । କାରଣ ସେ ବଲିଉଡକୁ କମବ୍ୟାକ କରିପାରନ୍ତି । ରିମି ଦୀର୍ଘ ସମୟରୁ ଅଭିନୟ ଜଗତଠୁ ଦୂରେଇ ଅଛନ୍ତି । ହେଲେ ଏବେ ସେ 10 ବର୍ଷ ପରେ ପରଦାକୁ ଫେରିବେ ବୋଲି ସୂଚନା ଦେଇ ସମସ୍ତଙ୍କୁ ଖୁସ୍ କରିଦେଇଛନ୍ତି ।

2000 ଦଶକ ଆରମ୍ଭରୁ ରିମି ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ବର୍ତ୍ତମାନ ରିମି ଏକ ସାକ୍ଷାତକାରରେ କହିଛନ୍ତି ଯେ, ଯଦି ମୁଁ ଆଜି କମବ୍ୟାକ କରିବି, ତେବେ ମୁଁ ବିନା ଆଗ୍ରହରେ ଏହା କରିବି । ମୁଁ ଅନୁଭବ କରୁଛି ଯେ ଯାହା ମୁଁ ପାଇଛି ତାହା ମୁଁ ପାଇବାକୁ ହକଦାର ନୁହେଁ । ମୁଁ ବହୁତ ସାରା ମ୍ୟୁଜିକ୍ ଭିଡିଓ କରିଥିଲି । ଏହା ପରେ ମୁଁ 'ହଙ୍ଗାମା' ସାଇନ କଲି । ଯାହା ପାଇଁ ମୁଁ ଖୁସି ଥିଲି । କିନ୍ତୁ ଏହା ପରେ ମୋତେ କେବଳ କମେଡି ଫିଲ୍ମ ମିଳିଥିଲା । ମୁଁ ଧୁମ୍, ଫିର ହେରା ଫେରି, ଦିୱାନେ ହୁୟେ ପାଗଲ୍, ହଙ୍ଗାମା, ଗୋଲମାଲ୍-ଫନ ଅନଲିମିଟେଡ୍ ଭଳି ଚଳଚ୍ଚିତ୍ର କରିଥିଲି କିନ୍ତୁ, ସେତେବେଳେ ଫିଲ୍ମ ଇଣ୍ତଷ୍ଟ୍ରି ପୁରା ପୁରୁଷ ପ୍ରାଧାନ୍ୟ ଥିଲା । ଫିଲ୍ମରେ କେବଳ ହିରୋ ହିଁ ହିରୋ ଥିଲେ । କିନ୍ତୁ OTT ପ୍ଲାଟଫର୍ମ ଆଜି ପୁରା ସିନକୁ ବଦଳାଇ ଦେଇଛି" ।

ରିମି ଆହୁରି କହିଛନ୍ତି, "ମୁଁ ଭାବୁଛି ଯଦି ମୁଁ 3-4 ବର୍ଷ ପର୍ଯ୍ୟନ୍ତ ଲଢିଥାନ୍ତି ହୁଏତ ମୁଁ ସଫଳତା ପାଇସାରିଥାନ୍ତି । ମୋର ଏକମାତ୍ର ଭୁଲ ହେଉଛି ମୁଁ ଅପେକ୍ଷା କରିବାରେ ବିଫଳ ହେଲି ଏବଂ ସଂଘର୍ଷ କରିବାକୁ ରାଜି ହୋଇ ନଥିଲି । ବର୍ତ୍ତମାନ ମୁଁ 10 ବର୍ଷ ପରେ, ଯେତେବେଳେ ମୁଁ ମୋର ଚଳଚ୍ଚିତ୍ର ଦେଖେ ତେବେ ମୁଁ ଅନୁଭବ କରୁଛି ଯେ ମୁଁ କ’ଣ ହାସଲ କରିଛି? କିଛି ନୁହେଁ" ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.